ମୁମ୍ବାଇ ୨୪/୦୬: ନୀତେଶ ତିୱାରୀଙ୍କ ‘ରାମାୟଣ’କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି। ପୌରାଣିକ କାହାଣୀକୁ ନେଇ ଏଭଳି ଏକ ବିଗ୍ ବଜେଟର ଫିଲ୍ମ ନିର୍ମାଣ କରାଯାଉଥିବାରୁ ଉତ୍ତର ଠୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଦର୍ଶକ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି। ଏଥିରେ ବଲିଉଡର ଏକାଧିକ କଳାକାର କାମ କରୁଛନ୍ତି।
‘ରାମାୟଣ’ରେ ରାମ ଭୂମିକାରେ ରଣବୀର କପୁର, ସୀତା ଭୂମିକାରେ ସାଇ ପଲ୍ଲବୀ ଓ ରାବଣ ଭୂମିକାରେ ୟଶ୍ ନଜର ଆସିବେ। ଏଥିରେ ରକୁଲ ପ୍ରୀତ ସିଂହ ସୂପର୍ଣ୍ଣଖା ଭୂମିକାରେ ଅଭିନୟ କରୁଛନ୍ତି। ରକୁଲଙ୍କ ପୂର୍ବରୁ ଏହି ଭୂମିକା ପ୍ରିୟଙ୍କା ଚୋପ୍ରାଙ୍କୁ ଅଫର୍ ହୋଇଥିଲା। କିନ୍ତୁ ପ୍ରିୟଙ୍କା ଅନେକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମ ପାଇଁ ସମୟ ବାହାର କରିପାରି ନ ଥିଲେ। ଏହା ପରେ ରକୁଲଙ୍କୁ ଏହି ଅଫର୍ ମିଳିଥିଲା। ସେ ମଧ୍ୟ ଏହି ଭୂମିକାରେ ପୁରାପୁରି ଫିଟ୍ ହୋଇ ଯାଇଥିଲେ। ତେବେ ପ୍ରିୟଙ୍କାଙ୍କୁ ହିନ୍ଦୀ ଫିଲ୍ମରେ ଦେଖିବା ପାଇଁ ଭାରତୀୟ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ସେ ଶେଷ ଥର ପାଇଁ ‘ସ୍କାଏ ଇଜ୍ ପିଙ୍କ୍’ ଫିଲ୍ମରେ ନଜର ଆସିଥିଲେ।