ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା : ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya | May 8, 2025 5:16 PM

ଭୁବନେଶ୍ବର,୮।୫ :  ସୁପ୍ରିମକୋର୍ଟ  ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ । ଆଇନଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ । ଲେକଚର ଓ ପ୍ରଫେସର ନିଯୁକ୍ତିରେ ଅସଙ୍ଗତି ରହିଥିଲା ତାହାକୁ ସୁପ୍ରିମକୋର୍ଟ ଦୂର କରିଛନ୍ତି। ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ବୋଲି  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି।

ନିଯୁକ୍ତିକୁ ନେଇ ନ୍ୟାୟକି ଅସଙ୍ଗତି ଯାହା ରହିଥିଲା ତାହା ଉଠି ସାରିଛି । ଖୁବଶୀଘ୍ର କୁଳପତି ଓ ପ୍ରଫେସର ନିଯୁକ୍ତି ଆରମ୍ଭ ହେବ। ସେଥିପାଇଁ ପ୍ରସ୍ତୁତ ଅଛୁ । ଏକା ସାଙ୍ଗ ରେ ଏହି ଦୁଇଟି ପ୍ରକ୍ରିୟା ଆଗକୁ ଆଗେଇବ । ଗତ ମାସ ରେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ ତାହା ୟୁଜିସି ସହ ସମନ୍ୱୟ ରକ୍ଷା କରି ଅଣା ଯାଇଛି । ୨୦୨୦ ରେ ଯେଉଁ ନୀତି ଅଣା ଯାଇଥିଲା ତାହା ୟୁଜିସି ର ନିୟମକୁ ଉଲଂଘନ କରୁଥିଲା ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.