ପୁରୀ, ୧୬/୦୭: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟ ଶ୍ରୀକ୍ଷେତ୍ର । ବୁଧବାରଠୁ ପୁରୀକୁ ଲକ୍ଷାଧିକଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କସୁରକ୍ଷା ଓ ଶୃଙ୍ଖଳିତ ଯାତାୟାତ ଲାଗି ପୁଲିସପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାନେଇ ପୁଲିସ ମହାନିର୍ଦ୍ଦେଶକ ଯୋଗେଶବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ, ଘୋଷଯାତ୍ରା ଲାଗିଶ୍ରୀକ୍ଷେତ୍ରକୁ କଡା ସୁରକ୍ଷା ବଳ ୟରେରଖାଯାଇଛି । ଯାତ୍ରାକୁ ସୁରକ୍ଷିତ ସହ ଶୃଙ୍ଖଳିତ ଯାତାୟତ ଲାଗିଟ୍ରାଫିକ ସୁପରିଚାଳନାଠୁ ଆ ରମ୍ଭ କରି ସୁରକ୍ଷା ଲାଗି ବ୍ୟପକବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିଲାଗି ୧୯ଜଣ ଆଇପିଏସ୍ଅଧିକାରୀ ଓ ୧୩ ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନକରାଯାଇଛି । ସେହିଭଳି ସେଣ୍ଟ୍ରାଲ ଫୋର୍ସର ୧୫ କମ୍ପାନୀଫୋର୍ସ ମୁତୟନ ରହିବେ । ଏହା ମଧ୍ୟରେ ସିଆରପିଏଫ୍,ବିଏସ୍ଏଫ୍, ଆରପିଏଏଫ୍, ଏନଏସ୍ଜି ମୁତୟନ ରହିବେ । ସେହିପରି ସମୁଦ୍ର ଉପକୂଳ ଅଞ୍ଚଳରେ ନ୍ୟାଭି ଓଏୟାରଫୋର୍ସ ଏବଂ ମେରାଇନ୍ ପୁଲିସ ସଜାଗ ରହିଛନ୍ତି ।
ଅଧିକ ପଢ଼ନ୍ତୁ :- Drone Flying: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ପଡ଼ିଲା ମହଙ୍ଗା: ଦୁଇ ଯୁବ ପର୍ଯ୍ୟଟକ ଅଟକ, ୨ ଡ୍ରୋନ୍ ଜବତ
ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ଲାଇଫଗାର୍ଡ ମାନଙ୍କୁନିୟୋଜିତ କରାଯାଇଛି । ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡମାନଙ୍କୁନିୟୋଜିତ କରାଯାଇଛି ।ସେମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନକରି ସନ୍ଦେହପୂର୍ଣ୍ଣ ଜାଗାକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ।ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଜାରି ଟ୍ରାଫିକ୍ କଟକଣାକୁ ମାନିପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହିସମୟରେ ରଥଯାତ୍ରା ଲାଗି ସ୍ୱତନ୍ତ୍ର ଆଇପିଏସ ଅଧିକାରୀ ତଥାଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ୍ନାୟକ, ଡିଆଇଜି ପିନାକ ମିଶ୍ର, ଏସ୍ପି ପ୍ରତୀକ ସିଂଙ୍କସମେତ ଅନ୍ୟାନ୍ୟ ଅଧିକାରୀମାନେ ସିଂହଦ୍ୱାର ଓ ଶ୍ରୀମନ୍ଦିରଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ।