ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଲାଗି ଯାଇଛି ତିକ୍ତତା । ଯୁଦ୍ଧ ପରିସ୍ଥିତି ପାଇଁ ପିଏସଏଲରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ପାକିସ୍ତାନ ବିପକ୍ଷ ମ୍ୟାଚ ପରାଜୟ କେତେ ଥିଲା ଦୁଃଖଦାୟକ । ଆଫଗାନିସ୍ତାନର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ରହମଦୁଲ୍ଲା ଗୁରବାଜ ଏସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି । ଜଣେ ଫ୍ୟାନ୍ସ ଦୁଃଖରେ କିଭଳି ଭାବେ ଆତ୍ମହତ୍ୟା କରିଥିଲେ ସେ ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି କି, ୨୦୨୨ ଏସୀଆ କପରେ ପାକିସ୍ତାନ ବିପକ୍ଷରେ ଶେଷ ଓଭରରେ ୧୧ ରନ ଆବଶ୍ୟକ ହେଉଥିଲା । ଶେଷ ଓ୍ବିକେଟ୍ ରହିଥିବାବେଳେ ନସିମ୍ ଶାହା ୨ଟି ଛକା ମାରି ଦଳକୁ ବିଜୟୀ କରିଥିଲେ । ଆମର ସମ୍ପୂର୍ଣ୍ଣ ଭାବେ ବିଶ୍ବାସ ଥିଲା ଏବଂ ଭାବିନେଇଥିଲୁ ମ୍ୟାଚ ଜିତିବୁ । ହେଲେ ପ୍ରଥମ ଦୁଇ ବଲରେ ଦୁଇଟି ଛକା ମାରି ଜିତାଇ ଦେଇଥିଲେ । ଯାହାକୁ ସହି ନପାରି ଜଣେ ଫ୍ୟାନ୍ସ ନିଜର ଜୀବନ ହାରିଥିଲେ । ଯାହାକୁ କେବେ ମଧ୍ୟ ଭୁଲି ହେବନି ବୋଲି କହିଛନ୍ତି ଗୁରୁବାଜ୍ ।
ଏହାସହ କହିଛନ୍ତି କି, ସେହି ମ୍ୟାଚର ପରାଜୟ ଏମିତି ଥିଲା କି, ଏବେ ଯେତେବେଳେ କହୁଛି ସେତେବେଳେ ମଧ୍ୟ ଯନ୍ତ୍ରଣା ଅନୁଭବ ହେଉଛି । ମୁଁ ଯେବେ ଶାରଜା ଷ୍ଟାଡିୟମକୁ ଯାଉଛି ସେ କଥା ମନେ ପଡ଼ିଯାଉଛି । ଏବେ ମଧ୍ୟ ଏମିତି ଲାଗୁଛି କି, ଆମେ ସେ ମ୍ୟାଚ୍ ଜିତିବାର ଥିଲା କିନ୍ତୁ ହାରିଲୁ କେମିତି ? ସେପଟେ ୨୦୨୩ ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ଯେତେବେଳେ ଆଫଗାନିସ୍ତାନ ହରାଇଥିଲା ସେତେବେଳେ ଦଳ କିଭଳି ଭାବେ ଖୁସି ମନାଇଥିଲା ତାହା ସମସ୍ତେ ଦେଖିଥିବେ ନିଶ୍ଚୟ ।