ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଦେଶୀ ମଦ ତିଆରି ଭାଟିରେ ଚଢାଉ, ଲକ୍ଷାଧିକ ଟଙ୍କାର ମଦ ସହ ପୋଚ ନଷ୍ଟ

Published By : Harapriya Sethi | January 5, 2025 1:43 PM

ପାଟଣା,୦୫/୦୧: ହୀରାପଶି ଗ୍ରାମରେ ବେଆଇନ ଦେଶୀ ମଦ ତିଆରି ଭାଟିରେ ତୁରୁମୁଙ୍ଗା ପୋଲିସର ଚଢ଼ାଉ । ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ । ପୋଲିସର ଚଢ଼ାଉ ଦେଖି ଛତ୍ରଭଙ୍ଗ ଦେଲେ ମାଫିଆ । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ହୀରାପଶି ଗ୍ରାମରେ ବେଆଇନ ଦେଶୀ ମଦ ତିଆରି ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଦେଶୀ ମଦ ତିଆରି ଭାଟି ରେ ତୁରୁମୁଙ୍ଗା ପୋଲିସ ଚଢାଉ କରିଥିଲା । ଏହା ଦେଖି ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମଦ ସହ ପୋଚ ନଷ୍ଟ ନଷ୍ଟ କରାଯାଇଛି । ମାଫିଆଙ୍କ ଘର ପାଖରୁ ଏକ ବୋଲେରୋରୁ ବିପୁଳ ପରିମାଣ ମହୁଲି ମଦ ମଧ୍ୟ ଜବତ କରାଯାଇଛି । ଉକ୍ତ ଗାଡ଼ିକୁ କ୍ରେନ୍‌ ସାହାଯ୍ୟରେ ଉଠାଇ ଆଣିଲା ପୋଲିସ । ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଦ୍ୱାରା ଚଢ଼ାଉ ଜାରି ରହିଥିବା ବେଳେ ମାଟି ତଳୁ ବସ୍ତା ବସ୍ତା ମହୁଲି ପୋଚ ମଧ୍ୟ ଜବତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.