ଭୁବନେଶ୍ଵର, ୧୨/୧୨ : ରେଳ ଦୁର୍ଘଟଣାରେ ରେକର୍ଡ ସଂଖ୍ୟକ ହ୍ରାସ। ଏକ ଦଶନ୍ଧିରେ ୯୦ ପ୍ରତିଶତରୁ ଅଧିକ ହୋଇଛି କମ୍ ଦୁର୍ଘଟଣା। ଟ୍ରେନ୍ ଅପରେସନର ଭବିଷ୍ୟ ବଦଳାଇଦେଲା କବଚ ୪.୦। ଭାରତୀୟ ରେଲୱେରେ ଦୁର୍ଘଟଣା ସଂଖ୍ୟାରେ ଐତିହାସିକ ହ୍ରାସ ଘଟିଛି । ୨୦୧୪-୧୫ ରେ ୧୩୫ ଦୁର୍ଘଟଣା ଘଟିଥିବା ବେଳେ ୨୦୨୪-୨୫ରେ ୩୧ ଓ ୨୦୨୫-୨୬ରେ କେବଳ ୧୧ ଦୁର୍ଘଟଣା ଘଟିଛି। ଅତ୍ୟାଧୁନିକ ଟେକନିକ୍ ଓ କବଚ ୪.୦ ଭଳି ସ୍ଵଦେଶୀ ସୁରକ୍ଷା ସିଷ୍ଟମ୍ କାରଣରୁ ଦୁର୍ଘଟଣା ଦ୍ରୁତ ଗତିରେ ହ୍ରାସ ପାଇଛି। ଦିଲ୍ଲୀ- ମୁମ୍ଵାଇ ଏବଂ ଦିଲ୍ଲୀ-ହାୱଡା ରୁଟରେ କବଚ ସଫଳତାପୂର୍ବକ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା ରୁଟରେ କବଚକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପରେ, ଏହାକୁ ଏବେ ୧୫,୫୧୨ Rkm କୁ ବିସ୍ତାର କରାଯାଉଛି ।
To improve Safety in train operations, several measures have been taken by Indian Railways. As a consequence of various safety measures taken over the years, there has been a steep decline in the number of accidents. Consequential Train Accidents have reduced from 135 in 2014-15… pic.twitter.com/bqBK5HakNT
— ANI (@ANI) December 12, 2025
କବଚ ୪.୦ ନିର୍ଦ୍ଦିଷ୍ଟକରଣକୁ RDSO ମଞ୍ଜୁରି ପ୍ରଦାନ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କବଚ ୩.୨କୁ ଦକ୍ଷିଣ ମଧ୍ୟ ରେଲଓ୍ବେର ୧୪୬୫ RKm ଏବଂ ଉତ୍ତର ମଧ୍ୟ ରେଲଓ୍ବେରେ ୮୦ RKm ପର୍ଯ୍ୟନ୍ତ ଖଞ୍ଜା ଯାଇଥିଲା । ମାତ୍ର ଏହାକୁ ଅପଗ୍ରେଡ୍ କରି କବଚ ୪.୦କୁ RSDO ୧୬ ଜୁଲାଇ ୨୦୨୪ରୁ ମଞ୍ଜୁରି ମିଳିଥିଲା । ଏହାର ଲମ୍ବା ଟ୍ରାଏଲ ପ୍ରକ୍ରିୟା ପରେ କବଚ ୪.୦କୁ ପାଲଓ୍ବଲ-ମଥୁରା-କୋଟା-ନାଗାଦା (୬୩୩ RKm) ଏବଂ ହାଓ୍ବଡ଼ା-ବର୍ଦ୍ଧମାନ(୧୦୫ RKm) ସେକ୍ସନରେ ସଫଳତାପୂର୍ବକ ଲାଗୁ କରାଯାଇଛି । ଏହି ଦୁଇ କରିଡୋର ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓ୍ବାଡ଼ା ମୁଖ୍ୟ ମାର୍ଗର ଅଂଶ ।
ଏବେ ଏହି ଦୁଇ ପ୍ରମୁଖ ଉଚ୍ଚ-ଘନତ୍ବ ମାର୍ଗର ଶେଷ ଅଂଶରେ କବଚ ଲଗାଇବା କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି । ଏହା ସହିତ ଭାରତୀୟ ରେଲଓ୍ବେ ୧୫, ୫୧୨ RKmରେ କବଚ ଲଗାଇବା ପାଇଁ ପ୍ରକ୍ରିୟା କରଣ ଆରମ୍ଭ କରିଦେଇଛି । ଯାହାକୁ GQ (Golden Quadrilateral), GD, High Density Network (HDN) ଏବଂ ଅନ୍ୟ ମହତ୍ବପୂର୍ଣ୍ଣ ସେକ୍ସନକୁ ସାମିଲ୍ କରାଯାଇଛି ।
କବଚ ପାଇଁ ଦୁର୍ଘଟଣା ହ୍ରାସ ପାଇଛି:
ରେଳ ମନ୍ତ୍ରାଳୟ ଅନୁଯାୟୀ, କବଚ ଟେକ୍ନୋଲଜି ଟ୍ରେନରେ ସ୍ବଂୟ ଚାଳିତ ବ୍ରେକିଂ, ସିଗନାଲ୍ ସିଷ୍ଟମ ଏବଂ ଦୁର୍ଘଟଣା ରୋକିବାରେ ବଡ଼ ଭୂମିକା ଗ୍ରହଣ କରୁଛି । ଏହା ଭବିଷ୍ୟତରେ ରେଳ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା ରଖିଛି ଭାରତୀୟ ରେଳ ବିଭାଗ ।