ଭୁବନେଶ୍ବର,୭।୧୨ : ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ୧୬,୪୮୨ କୋଟି ଟଙ୍କାବ୍ୟବରାଦରେ  ନିର୍ମାଣ କରାଯାଉଛି। ଡିସେମ୍ବର ୨୦୨୬ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା ରହିଛି। ଏହାଦ୍ୱାରା ଏନଏଚ-୨୬ର ବର୍ତ୍ତମାନ ଦୂରତା୫୯୭ କି.ମି ରୁ୪୬୫ କି.ମିକୁ ହ୍ରାସ ପାଇବ। ଦୂରତା ପ୍ରାୟ ୧୩୨ କିମି ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ରହିବ।

  • ୧୬,୪୮୨ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ୍ ହେବ କରିଡର
  • ଡିସେମ୍ବର ୨୦୨୬ ସୁଦ୍ଧା ଶେଷ ହେବ କାମ
  • ଦୂରତା ହ୍ରାସ ପାଇବ ପ୍ରାୟ ୧୩୨ କି.ମି ଏବଂ ସଞ୍ଚୟ ହେବ ସାତ ଘଣ୍ଟା

 ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଏହି ଦୁଇଟି ସହର ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକଙ୍କୁ ବହୁ ପ୍ରତକ୍ଷିତ ଜୀବିକା ସମାଧାନ ଯୋଗାଇ ଦେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ ଆନ୍ଧ୍ର ପ୍ରଦେଶର ପାବତ୍ୟାଞ୍ଚଳକୁ ସଂଯୋଗ କରିବ। ଏହାଫଳରର ସାଧାରଣ ଜନତାଙ୍କ ଯାତ୍ରା ଏବଂ ମାଲ ପରିବହନକାରୀଙ୍କ ପରିବହନ ଖର୍ଚ୍ଚ ହ୍ରାସ ପାଇବା ସହିତ ଯଥେଷ୍ଟ ଇନ୍ଧନ ସଞ୍ଚୟ ରହିବ। ପୂର୍ବରୁ ଯେଉଁ କାମ ପାଇଁ ୧୨ ଘଣ୍ଟା ସମୟ ଲାଗୁଥିବ ତାହା ଏବେ ମାତ୍ର ୫ ଘଣ୍ଟାର ସମାପ୍ତ ହେବ।

 ପ୍ରଧାନମନ୍ତୀଙ୍କ ଗତିଶକ୍ତି ଦୃଷ୍ଟିର କୋଣ ଅଧୀନରେ ଦ୍ରୁତ ଲଜିଷ୍ଟିକ୍ସ ଏବଂ ସୁଦୁୃଢ ସଂଯୋଗୀକରଣର ଦ୍ୱାର ଖୋଲିବ। ସିଧାସଳଖ ବିଶାଖାପାଟଣା ବନ୍ଦର ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ସହିତ ଯୋଡି ହେବ । ଫଳରେ ଛତିଶଗଡ଼ ଏବଂ ଓଡ଼ିଶାର ଶିଳ୍ପଗୁଡ଼କ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହାର ଅର୍ଥ ହେଊଛି ବନ୍ଦର ଏବଂ ଶିଳ୍ପ କେନ୍ଦ୍ରଗୁଡ଼କ ମଧ୍ୟରେ ଉନ୍ନତ ସଂଯୋଗୀକରଣ, ଦ୍ରୁତ ରପ୍ତାନୀ, ସୁଗମ ଯୋଗାଣ ଶୃଙ୍ଖଳ ଏବଂବ୍ୟବସାୟକୁ ଏକ ଗୁରୁତ୍ୱପୂର୍ଣ୍ମ ପ୍ରୋତ୍ସାହନ ମିଳିବ । ଏହା ଲଜିଷ୍ଟିକ୍ସ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧିଆଣିବ।