ମୁମ୍ବାଇ:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ  ନିଜର ମତ ରଖିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ସେ କହିଛନ୍ତି ଯେ,  ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ । ଦେବେନ୍ଦ୍ର ଫଡନାଭିସ୍ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେବେ? ଏହାର ଉତ୍ତରରେ ରାଜ ଠାକରେ କହିଛନ୍ତି, କେଜାଣି କାହିଁକି ଲାଗୁଛି ଯେ ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। 

ରାଜ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ବାବଦରେ ପଚାରିଲେ ଏମଏନଏସର ମୁଖ୍ୟମନ୍ତ୍ରୀ ହେବେ । ଯାହା କହୁଛି ଲେଖିରଖନ୍ତୁ। " ସେହିପରି ବାରାମତି ବିଧାନସଭା ଆସନକୁ ନେଇ ପାୱାର ପରିବାର ମଧ୍ୟରେ ରାଜନୈତିକ ଲଢେଇ ଚାଲିଛି। ଏହା ଉପରେ ରାଜ ଠାକରେ କହିଛନ୍ତି ଯେ ମୁଁ ମୋ ପରିବାର ବିଷୟରେ କହିପାରିବି । ସମସ୍ତଙ୍କର ନିଜର ଚିନ୍ତାଧାରା ଅଛି | ଆମର ଚିନ୍ତାଧାରା ଆମ ପାଖରେ ଅଛି | ଯେତେବେଳେ ମୁଁ ଶିବସେନାରୁ ବାହାରି ଆସିଲି, ମୋର ବିବୃତ୍ତି କ’ଣ ଥିଲା? ମୁଁ କହିଥିଲି ଯେ ବାଲା ସାହେବ କୌଣସି ବି ଅଭିଯୋଗ କରିପାରନ୍ତି, ମୁଁ ମୋ ପକ୍ଷରୁ କୌଣସି ବିବୃତ୍ତି ଦେବି ନାହିଁ। ସେ କିଛି ବି କହିପାରନ୍ତି ।ତାଙ୍କର ଅଧିକାର ଅଛି ।