ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା କେସରେ ମୁଖ୍ୟ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀକୁ ଏବେ ଦୁଇଟି ବିକଳ୍ପ ଦେଇଛନ୍ତି। ସୋନମ ଉପରେ ୨୦୨୫ ମସିହାରେ ହନିମୁନ ବେଳେ ଷଡ଼ଯନ୍ତ୍ର ରଚି ନିଜ ସ୍ୱାମୀଙ୍କ ହତ୍ୟା କରିବାର ଅଭିଯୋଗ ହୋଇଛି। ମେଘାଳୟ ସରକାର ଟ୍ରାୟଲ କୋର୍ଟ ଦ୍ୱାରା ସୋନମକୁ ଜାମିନ ଦେବା ଓ ମେଘାଳୟ ହାଇକୋର୍ଟ ଦ୍ୱାରା ଏହାକୁ ଜାରି ରଖିବାର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ ଦେଇଛନ୍ତି। 

 

ଜଷ୍ଟିସ୍ ଏମଏମ ସୁନ୍ଦେଶ ଓ ପିବି ବରାଲେଙ୍କ ଖଣ୍ଡପୀଠ ସୋନମଙ୍କ ଓକିଲଙ୍କୁ କହିଛନ୍ତି ଯେ, କୋର୍ଟ ତାଙ୍କ ଦଲିଲ ଶୁଣିବା ପରେ ମେଘାଳୟ ସରକାରଙ୍କ ଅପିଲରେ ମେରିଟ ଆଧାରରେ ନିଷ୍ପତ୍ତି କରି ପାରନ୍ତି , କିମ୍ୱା ଜାମିନ ମାମଲା ଉପରେ ବିଚାର କରିବା ବେଳେ ଏବେ ଏବେ ସରେଣ୍ଡର କରିବାର ନିର୍ଦ୍ଦେଶ ଦେଇ ପାରନ୍ତି। 

 

ଖଣ୍ଡପୀଠ ସୋନମର ଓକିଲଙ୍କୁ ମୌଖିକ ରୂପେ କହିଛନ୍ତି ଯେ, ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ଅଛି। ମେରିଟ୍ ଆଧାରରେ ଆମେ କୌଣସି ଆଦେଶ ପାରିତ କରିବୁ ନୁହେଁ ତ ଆମେ ଆପଣଙ୍କୁ ସରେଣ୍ଡର କରିବା ପାଇଁ କହିବୁ ଏବଂ ସରକାରୀ ସାକ୍ଷୀଙ୍କୁ ଆପଣଙ୍କୁ ଜେରା କରିବାକୁ ଦେବୁ। ଏହି ମଧ୍ୟରେ ଆମେ ଜାମିନକୁ ନେଇ ମେରିଟ୍ ଆଧାର ଉପରେ ନିଷ୍ପତ୍ତି କରିବୁ। ଏହା ଉପରେ ସୋନମଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଗୁରୁବାର ଯାଏ ଜବାବ ଦାଖଲ କରିବାକୁ ସମୟ ମାଗିଛନ୍ତି। ଓକିଲ କହିଛନ୍ତି ଯେ, ତାଙ୍କୁ ଏଥିପାଇଁ ନିଜର କ୍ଲାଏଣ୍ଟଙ୍କ ସହ କଥା ହେବାକୁ ପଡ଼ିବ।

 

ଉଲ୍ଲେଖନୀୟ ଯେ, ମେଘାଳୟ ସରକାର ପକ୍ଷରୁ ହାଜର ହୋଇଥିବା ଭାରତର ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟରେ ସୋନମଙ୍କ ଜାମିନର ବିରୋଧ କରି ଥିଲେ। ମେହଟା ଯୁକ୍ତି ଦେଇ ଥିଲେ ଯେ,ସୋନମ ପୂର୍ବରୁ ନିଜ ଇଚ୍ଛାରେ ପୁଲିସ ସାମ୍ନାରେ ସରେଣ୍ଡର କରି ଥିଲେ ଏବଂ ପରେ ସେ ଏହି ଆଧାରରେ ନିଜର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ପାରିବେ ନାହିଁ , କାରଣ ତାଙ୍କୁ ଗିରଫଦାରୀର କାରଣ କୁହାଯାଇ ନଥିଲା। ସେ କହିଥିଲେ ଯେ, ଆରେଷ୍ଟ ମେମୋରେ କୌଣସି ବି ଭୁଲ କେବଳ ଏକ କ୍ଲୋରିକଲ ଏରର ଥିଲା।

ଆହୁରି ମଧ୍ୟ ପଢନ୍ତୁ - ୩ ମାସ ତଳେ ନିର୍ବନ୍ଧ ହୋଇଥିଲା... ୨ ମାସ ପରେ ବର ସାଜିଥାନ୍ତେ, ମିସାଇଲ ମାଡରେ ନାବିକଙ୍କ ମୃତ୍ୟୁ

ତୁଷାର ମେହଟା କହିଥିଲେ ଯେ, ଯଦି କୌଣସି ଅଭିଯୁକ୍ତ ଧରାପଡ଼ି ଥାନ୍ତା ତ ତାକୁ ଗିରଫର କାରଣ କହିବା ଆବଶ୍ୟକ ନାହିଁ। ଯେବେ କୌଣସି ବ୍ୟକ୍ତି ନିଜେ ସରେଣ୍ଡର କରେ ତ , ଏହା ସେ କହି ପାରିବ ନାହିଁ ଯେ, ତାକୁ ଗିରଫର କାରଣ କୁହାଯାଇଛି। ଯଦି ଅଭିଯୁକ୍ତ ମହିଳା ନିଜେ ପୁଲିସ ନିକଟକୁ ଆସେ ତ ପୁଲିସ ତାକୁ ଗିରଫ କରିବାର କୌଣସି କାରଣ ନାହିଁ।