ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର। ୪ ଦିନ ପରେ ଏହି ମାସ ଆରମ୍ଭ ହେବା ସହ ଏହି ମାସରେ ଅନନ୍ତ ଚତୁଦର୍ଶୀ ଯୋଗ, ପିତୃପକ୍ଷ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟ ପରାଗ ଓ ଶାରଦୀୟ ନବରାତ୍ର ଭଳି ପ୍ରମୁଖ ପର୍ବପର୍ବାଣୀ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ମାସ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି । ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ଖୁବ୍ ଖାସ୍ । ଏହି ରାଶି ମାଲାମାଲ୍ ହେବା ସହ ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।
ମେଷ- ଆର୍ଥିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ଶୁଭଫଳ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ଲାଗି ରହିଥିବା ଧନ ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ । ମନ ଖୁସି ରହିବ । ଟଙ୍କା ସଞ୍ଚୟ କରିବେ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ହଠାତ୍ ଧନ ପ୍ରାପ୍ତି ହେବ ।
କର୍କଟ- ଚାକିରିରେ ପଦନ୍ନୋତି ହେବ । ନୂଆ ନୂଆ ସ୍ରୋତରୁ ଧନ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ଯାତ୍ରାର ଯୋଗ ରହିଛି । ମନ ଖୁସି ରହିବ ।
କନ୍ୟା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆର୍ଥିକ ଦୃଷ୍ଟି କୋଣରୁ ଶୁଭଫଳ ମିଳିବ । ବ୍ୟବସାୟରେ ଶୁଭଫଳ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଅଟକି ରହିଥିବା ଧନ ମିଳିବ ।
କୁମ୍ଭ- ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ଯୋଜନା କରି ସଫଳ ହେବେ । ଆୟରେ ବୃଦ୍ଧି ହେବ ।