ଦିଗପହଣ୍ଡି, ୨୦/୧୧: ମୌଳାଭଞ୍ଜା ଗ୍ରାମରେ ପ୍ରତିଯୋଗିତାମୂଳକ ଦୁଇଟି ନାଟ୍ୟ ଦଳ ପକ୍ଷରୁ ରାମାୟଣ ନାଟକ ପରିବେଷଣ ବେଳେ ଅଶ୍ଲୀଳତା ପ୍ରଦର୍ଶନ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଥିଲା । ବୁଧବାର ଖଲ୍ଲିକୋଟ ନିକଟ ଚିକିଲି ଗ୍ରାମର ରାମାୟଣ ନାଟକ ଦଳର ୪ କଳାକାରଙ୍କ ସମେତ ଯାତ୍ରା କମିଟିର ୬ରୁ ଅଧିକ ସଦସ୍ୟଙ୍କୁ ଥାନାକୁ ଡାକି ପଚରାଉଚୁରା କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ନାଟକରେ ରାବଣ ଭୂମିକାରେ ଅଭିନୟ କରିଥିବା କଳାକାର ଆଧ୍ୟାତ୍ମିକ ଓ ପୌରାଣିକ କଥାବସ୍ତୁକୁ ଅପମାନିତ କରି ବେଦମତୀ ଓ ସୀତା ହରଣ ଦୃଶ୍ୟରେ ଅଶ୍ଲୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା ।

ମଙ୍ଗଳବାର ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜଗୋପାଳ ପାଢ଼ୀ ଘଟଣାକୁ ବିରୋଧ କରି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । କେସ୍ ନମ୍ବର ୪୧୯/୨୦୨୫ ସାନଖେମୁଣ୍ଡି ବ୍ଲକ୍ ଜିଉରା ଗ୍ରାମ ରାମାୟଣ ନାଟକ ଦଳର କୌଣସି କଳାକାର ଥାନାରେ ପହଞ୍ଚି ନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି