ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ରଥ ଖଳା ହାଲ୍‌ଚାଲ୍‌: ଜଗତପୃଷ୍ଠ ଶେଣୀ ତିଆରି ଆରମ୍ଭ, ଖଳାରେ ପାଞ୍ଚପାଣ୍ଡବଙ୍କୁ ପନ୍ତି ଭୋଗ ଅର୍ପଣ

Published By : Prameya | June 3, 2025 8:49 AM

ପୁରୀ,୦୩/୦୬: ସୋମବାର ରଥ ନିର୍ମାଣ ନେଇ ତତ୍ପରତା ସାଙ୍ଗକୁ  ନବବିବାହିତ ଦେବଦମ୍ପତିଙ୍କ ଆଗମନ ପାଇଁ ରଥ ଖଳା ଥିଲା ବେଶ୍‌ ଚଳଚଞ୍ଚଳ । ରାତିରେ ରଥ ଖଳାରେ ପାଞ୍ଚପାଣ୍ଡବଙ୍କୁ ପନ୍ତି ଭୋଗ ଅର୍ପଣ କରାଯାଇଥିଲା ।  ନିର୍ମାଣକାରୀମାନେ ସେଥିପାଇଁ ସ୍ୱତନ୍ତ୍ର ପନ୍ତି ଘର ନିର୍ମାଣ କରି ଭଳିକି ଭଳି  ଫଳ ଓ ପୁଷ୍ପରେ ସୁସଜ୍ଜିତ କରିଥିଲେ । ଦେବଦମ୍ପତି ରଥ ଖଳାରେ ଏକତ୍ର  ହେଲା ପରେ ସମସ୍ତଙ୍କୁ ଏକାଠି ଭୋଗ ଅର୍ପଣ କରାଯାଇଥିଲା । ଏପଟେ ରଥ ଖଳାରେ ରଥର ଜଗତପୃଷ୍ଠ ଶେଣୀ ତିଆରି ଆରମ୍ଭ ହୋଇଛି । ଏଥିସହ  ବିଶ୍ୱକର୍ମାମାନେ ଗୟଳ ହାଣି ଚଉପଟ କରୁଛନ୍ତି । ରଥ ଚଟାଣ ପ୍ରସ୍ତୁତି ପୂର୍ବରୁ  ଗୟଳ ପଡ଼ିବ । ତାଳଧ୍ୱଜ ରଥର ପୋଲ ଗୟଳ ହଣା ସମୟରେ ଏକ ୪୦  ଫୁଟିଆ କାଠ ପୋଲା ପଡ଼ିବାରୁ ବଦଳାଯାଇ ଏକ ନୂଆ କାଠ ନିର୍ମାଣକାରୀଙ୍କୁ  ଯୋଗାଗଲା । ଉକ୍ତ କାଠରେ ପୋଲ ଗୟଳ ନିମାଣ ଆରମ୍ଭ ହୋଇଛି । 

ବିଶ୍ୱକର୍ମାମାନେ ରଥର ଜଗତପୃଷ୍ଠ  ଶେଣୀ ହାଣୁଛନ୍ତି । ରଥତ୍ରୟରେ ୫ଟି  ଲେଖାଏଁ ଶେଣୀ ରହିଥାଏ । ଜଗତପୃଷ୍ଣ  ଶେଣୀ ଉପରେ ରହିବ ଠାକୁରଙ୍କ ସିଂହାସନ । ରଥଖଳାରେ ଚଉତା  କାଠ ସାଇତା ରହିଛି । ଭୂଇଁ କାଠକୁ ଚଉତା କୁହାଯାଉଛି । ଚଉତା କାଠରେ  ବିନ୍ଧ କରାଯାଇଛି। ଏପଟେ ରଥ ଖଳାରେ ଗୟଳ ହାଣୁଛନ୍ତି ବିଶ୍ୱକର୍ମା । ଦଣ୍ଡା  ଫ୍ରେମ କଳସା ପରେ ନମ୍ବରିଂ କରି ଖୋଲି ଦିଆଯିବ । ଆଗକୁ ଅଖ ଉପରେ ସେହି ନମ୍ବରିଂ ଅନୁସାରେ ଦଣ୍ଡା ଖଞ୍ଜାଯିବ । ଦଣ୍ଡା ଉପରେ ଗରଗରା ରହିଲେ  ଚାରି ନାହାକା ଉଠିବ । ରଥର ଗୋଟିଏ ଲେଖାଏଁ ଧ୍ୱଜବତା କାର୍ଯ୍ୟ ସରିଛି ।  କରତି ସେବକ ଗୟଳ ଚିରଟ କରିବାପରେ ବିଶ୍ୱକର୍ମାମାନେ ରଥଖଳାରେ  ଏହାକୁ ଚଉପଟ କରୁଛନ୍ତି । 

ରୂପକାର ସେବକମାନେ ରଥାଂଶରେ ଅଳଙ୍କରଣ  କାର୍ଯ୍ୟ ଜାରି ରଖିଛନ୍ତି । ଅସ୍ଥାୟୀ ଶାଳରେ ଓଝା ସେବକମାନେ ଦଣ୍ଡା ବିଡ଼ିଆ  କଣ୍ଟା, ଗୟଳ କଣ୍ଟା, ଗରଗରା କଣ୍ଟା ଆଦି ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।  ଏଥିସହ ଠାକୁରଙ୍କ ନୀତି ପାଇଁ ପାହିମହାରଣାଙ୍କ ଦ୍ୱାରା ବେଶ ଘୋଡ଼ିଆ ଓ  ଫୁଲ ଚାଙ୍ଗଡ଼ା ଫ୍ରେମ୍‌ ଆଦି ସାମଗ୍ରୀ ତିଆରି ହେଉଥିବା ଶ୍ରୀମନ୍ଦିର ପ୍ରଶାସନ  ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.