ଭୁବନେଶ୍ୱର,୩୧/୧୦: ଅକ୍ଟୋବର ୩୧ ତାରିଖ ସୁଦ୍ଧା ଇ-କେୱାଇସି ଶେଷ କରିବାକୁ  ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ବିଭାଗ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଥିଲା । ଏହା ନ କଲେ ନଭେମ୍ବରରୁ ରାସନ ସାମଗ୍ରୀ ମିଳିବ  ନାହିଁ । ହେଲେ ଚଳିତ ମାସ ୨୯  ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ  ୫୭ ହଜାର ୨୬୫ ଜଣ ଇ-କେୱାଇସି  କରିନାହାନ୍ତି । ଆଉ ଇ-କେୱାଇସି ନ କଲେ ନଭେମ୍ୱରରୁ ମିଳିବନି ରାସନ୍‌ । 

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ  ୧୬ ଲକ୍ଷ ୩୦ ହଜାର ୩୭୧ ଜଣ  ଇ-କେୱାଇସି କରିନଥିଲେ । ତେଣୁ  ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ  କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ହେଲେ ୧୫ ଦିନରେ ମାତ୍ର ୭୩୧୦୬ ଜଣଙ୍କ ଇ-କେୱାଇସି ହୋଇଛି ।  ଚଳିତ ମାସ ୨୯ ତାରିଖ ସୁଦ୍ଧା ଗଞ୍ଜାମ  ଜିଲ୍ଲାରେ ୧ ଲକ୍ଷ ୫୮ ହଜାର ୨୨ ଜଣ  ଇ-କେୱାଇସି କରିନଥିବା ବେଳେ  କଟକରେ ୮୭,୬୧୨, ବଲାଙ୍ଗୀରରେ  ୭୫,୮୯୧, ମୟୁରଭଞ୍ଜରେ  ୭୭,୩୪୬, ବାଲେଶ୍ୱରରେ  ୭୪,୬୭୭, କଳାହାଣ୍ଡିରେ  ୭୬,୩୭୬, କେନ୍ଦ୍ରାପଡ଼ାରେ  ୭୨,୧୭୨, ପୁରୀରେ ୬୯,୭୪୬ବରଗଡ଼ରେ ୬୬,୭୯୬, ଯାଜପୁରରେ  ୬୭,୦୨୩, କେନ୍ଦୁଝରରେ ୬୬,୦୫୩ଢେଙ୍କାନାଳରେ ୫୨,୪୭୪, ଭଦ୍ରକରେ  ୫୨,୪୩୨, ଅନୁଗୁଳରେ ୩୭,୫୨୨ଖୋର୍ଦ୍ଧାରେ ୬୫,୩୪୯, କୋରାପୁଟରେ  ୫୩,୭୩୪, ନବରଙ୍ଗପୁରରେ  ୫୪,୪୩୫, ରାୟଗଡ଼ାରେ  ୩୮,୬୮୪, ସୁନ୍ଦରଗଡ଼ରେ  ୪୬,୫୫୧, ଜଗତସିଂହପୁରରେ  ୩୬,୬୪୪, ନୟାଗଡ଼ରେ ୩୫,୧୮୧ମାଲକାନଗିରିରେ ୨୮,୮୮୫ସମ୍ୱଲପୁରରେ ୨୬,୦୮୪କନ୍ଧମାଳରେ ୨୫,୪୨୫, ନୂଆପଡ଼ାରେ  ୨୬,୩୫୯, ସୋନପୁରରେ ୨୩,୬୧୭ଗଜପତିରେ ୨୩,୨୧୧, ଝାରସୁଗୁଡ଼ାରେ  ୧୫,୮୬୭ ଓ ବୌଦ୍ଧରେ ୧୪,୪୨୧  ଊପଭୋକ୍ତା ଇ-କେୱାଇସି କରିନାହାନ୍ତି ।