ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅର୍ଥ ଷ୍ଟାଣ୍ଡିଂ କମିଟି ବୈଠକର ଅଧ୍ୟକ୍ଷତା କଲେ ଭର୍ତ୍ତୃହରି ମହତାବ, ଭାରତୀୟ ଅର୍ଥନୀତି ଉପରେ ତଥ୍ୟ ରଖିଲେ RBI ଗଭର୍ଣ୍ଣର

Published By : Prameya | July 11, 2025 11:00 AM

ନୂଆଦିଲ୍ଲୀ ୧୧/୦୭:  ଗୁରୁବାର ବସିିଥିଲା ଅର୍ଥ ଷ୍ଟାଣ୍ଡି କମିଟିର ଗୁରୁରତ୍ବପୂର୍ଣ୍ଣ ବୈଠକ।ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆର୍‌ବିଆଇ ଭୂମିକା ପ୍ରସଙ୍ଗରେ  ଆଭିମୁଖ୍ୟ ରଖିଥିଲେ। ପାଖାପାଖି ଦୁଇ ଘଣ୍ଟା  ଧରି  ବୈଠକ ଚାଲିଥିଲା। ଅର୍ଥ ଷ୍ଟାଣ୍ଡିଂ କମିଟିର  ସଦସ୍ୟ ମାନେ ବିଭିନ୍ନ ପ୍ରଶ୍ନ ଆର୍‌ବିଆଇ ଗରର୍ଣ୍ଣରଙ୍କୁ ପଚାରିଥିଲେ।  ବୈଠକ ପରେ ମହତାବ ଗଣମାଧ୍ୟମକୁ କହିଥଲେ ଆର୍‌ବିଆଇ ଗଭର୍ଣ୍ଣର ଦେଶର ଅର୍ଥନୀତି ଉପରେ ଉପସ୍ଥାପନ କରିଥିବା ତଥ୍ୟ ବିଶ୍ବସନୀୟ ଥିଲା।

ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସଙ୍କେତ ଦେଇଥିଲେ  ଯେ, ବିଶ୍ୱରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଭାରତର ଆର୍ଥିକ ପ୍ରଗତିରେ ତାହାର  ବିଶେଷ ପ୍ରଭାବ ପଡିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଦେଶର ଅର୍ଥନୀତି  ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନରେ ରହିବା । ସେ ପ୍ରସଙ୍ଗରେ ମଧ୍ୟ ଗଭର୍ଣ୍ଣର ତାଙ୍କର  ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ପୂର୍ବର ଦୁଇ ହଜାର ଟଙ୍କା ନୋଟ୍‌ ଏବେବି ଅଚଳ  ହୋଇନାହିଁ । ତେବେ ଏହି କରେନ୍ସି ନୋଟ୍‌ ଆଉ ଛପାଯାଉ ନାହିଁ । ଦେଶର ଅର୍ଥନୀତିରେ  ୧.୧୨ ଲକ୍ଷ ଜାଲ୍‌ ପାଞ୍ଚଶହ ଟଙ୍କିଆ ନୋଟ୍‌ ରହିଛି । ତେବେ ପ୍ରଚଳିତ ପାଞ୍ଚଶହ ଟଙ୍କିଆ  ନୋଟ ତୁଳନାରେ ଏହାର ପରିମାଣ ନଗଣ୍ୟ ବୋଲି ସେ କହିଥିଲେ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.