ମୁମ୍ବାଇ,୦୬/୦୪: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ତିନିଦିନିଆ ମୁଦ୍ରାନୀତି ବୈଠକ ଆରମ୍ଭ ହେଉଛି । ଆଶା ଥିଲା ଏ ଥର ସୁଧ ହାରରେ କିଛିଟା ଆଶ୍ୱସ୍ତି ମିଳୁ କିନ୍ତୁ ପଶ୍ଚିମ ଏସିଆରେ ବର୍ଦ୍ଧିତ ଅସ୍ଥିରତା ସମୀକରଣକୁ ବଦଳାଇଦେଇଛି । ଏସ୍‌ବିଆଇ ରିସର୍ଚ୍ଚର ନୂଆ ରିପୋର୍ଟ ଅନୁସାରେ, ବିଶ୍ୱ ବଜାରର ଅନିଶ୍ଚିତତା ଏବଂ ଅଶୋଧିତ ତୈଳ ଦରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଆର୍‌ବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିବ ନାହିଁ । ଏହାପୂର୍ବରୁ ଫେବ୍ରୁଆରୀରେ ହୋଇଥିବା ବୈଠକରେ ସୁଧ ହାରରେ ପରିବର୍ତ୍ତନ ହୋଇ ନ ଥିଲା । ଏବେ ଏହା ୫.୨୫%ରେ ରହିଛି । ଏ

ସ୍‌ବିଆଇ ରିସର୍ଚ୍ଚ ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଅଶାନ୍ତି ସମଗ୍ର ବିଶ୍ୱକୁ ସଂକଟ ମଧ୍ୟକୁ ଠେଲିଦେଇଛି । ହୋର୍ମୁଜ ଜଳପଥ ବନ୍ଦ ହେବା ଫଳରେ ବିଶ୍ୱ ତୈଳ ବଜାରରେ ୧୯୭୩ ପରେ ସବୁଠାରୁ ବଡ଼ ଅସ୍ଥିରତା ଦେଖାଦେଇଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ହେବ ଆର୍ବିଆଇର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ । ଏଣୁ ଏଥିରେ ସର୍ବୋଚ୍ଚ ବ୍ୟାଙ୍କ ବୁଝି ବିଚାରି ପଦକ୍ଷେପ ନେଇପାରେ ।

ଭାରତ ଏହି ଅନିଶ୍ଚିତତାର ପ୍ରଭାବରୁ ବର୍ତ୍ତିପାରିନାହିଁ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଏବେ ୧୦୦ ଡଲାର ଉପରେ ରହିଛି, ଯାହାଦ୍ୱାରା ଭାରତରେ ମୁଦ୍ରାସ୍ଫୀତି ବଢୁଛି । ରିପୋର୍ଟ ମୁତାବକ, ଡଲାର ତୁଳନାରେ ଟଙ୍କା ୯୩ ସ୍ତର ପାର କରିଗଲାଣି । ଏହାସହିତ ‘ସୁପର ଅଲ୍ ନିନୋ’ର ଆଶଙ୍କା ରହିଛି, ଯାହା ଆଗାମୀ ଦିନରେ ମୁଦ୍ରାସ୍ଫୀତି ସ୍ଥିତିକୁ ବିଗାଡ଼ିପାରେ ।

ଘରୋଇ ବଜାରରେ ଅନେକ ଆହ୍ୱାନ ରହିଛି । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଆମଦାନିରୁ ସୃଷ୍ଟି ହେଉଥିବା ମୁଦ୍ରାସ୍ଫୀତି ପୂର୍ବରୁ ହିଁ ୫.୪% ସ୍ତରରେ ପହଞ୍ଚିଯାଇଛି ଏବଂ ଏହା ଆଗକୁ ବି ବଢ଼ିପାରେ । ଅନୁମାନ କରାଯାଉଛି ଯେ, ଆଗାମୀ ୩ଟି ତ୍ରୟମାସ ପର୍ଯ୍ୟନ୍ତ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୪.୫%ରୁ ଉପରେ ରହିପାରେ । ଏଭଳି ସ୍ଥିତିରେ ଆର୍ବିଆଇ ପାଇଁ ସୁଧ ହାରରେ ହ୍ରାସ କରିବା ରିସ୍କପୂର୍ଣ୍ଣ ହୋଇପାରେ ।

ଅଧିକ ପଢ଼ନ୍ତୁ :-  ସରିଲା ୫ ବର୍ଷର ଅପେକ୍ଷା: ଏଣିକି ଗୋଟିଏ ବର୍ଷ ଚାକିରିରେ ବି ମିଳିବ ଗ୍ରାଚ୍ୟୁଇଟି, ଜାଣନ୍ତୁ....

ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, ଆର୍‌ବିଆଇ ଏବେ କେବଳ ସୁଧ ହାର ଉପରେ ଧ୍ୟାନ ରଖିବା ବଦଳରେ ଲିକ୍ୱିଡିଟି ଏବଂ ମାଇକ୍ରୋଷ୍ଟ୍ରକ୍ଚରକୁ ସୁଧାରିବା ଉପରେ କାର୍ଯ୍ୟ କରିପାରେ । ସରକାରୀ ବଣ୍ଡ୍ ୟିଲ୍ଡକୁ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ‘ଅପରେଶନ ଟ୍ୱିଷ୍ଟ’ ଭଳି ପଦକ୍ଷେପ ନେଇପାରେ