ନୂଆଦିଲ୍ଲୀ: RCBର ଦମଦାର ପାଳି । ପଞ୍ଜାବ ଆଗରେ ରଖିଲା ୨୨୩ ରନର ବିଜୟ ଲକ୍ଷ୍ୟ । ୪ ଓ୍ବିକେଟରେ ୨୨୨ ରନ କରିପାରିଛି ବେଙ୍ଗାଳୁରୁ । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୪୦ ବଲରୁ ୭୩ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଏହାସହ ବିରାଟ କୋହଲି ୫୮ ରନ କରିଛନ୍ତି ।
ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଜାକବ୍ ବେଥେଲ୍ ୧୧ ରନ କରି ଆଉଟ ହୋଇଥିଲେ । ପରେ ବିରାଟ ଏବଂ ପାଡିକ୍କଲ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେ ୪୫ ରନ କରିଥିବାବେଳେ ଡେଭିଡ ୨୮ ରନର ପାଳି ଖେଳିଛନ୍ତି ।
ପଞ୍ଜାବ ପକ୍ଷରୁ ବ୍ରାର ୨, ଚହଳ ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖା ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ପଞ୍ଜାବ ଆଗରେ ବିଶାଳ ଲକ୍ଷ୍ୟ ରହିଛି । ମାତ୍ର ଦଳ ପୂର୍ବରୁ ଏହାଠାରୁ ବଡ଼ ରନ ଚେଜ କରିଛି । ଲଗାତାର ପଞ୍ଜାବ ହାରୁଥିବାବେଳେ ଆଜି ଜିତିବା ଲକ୍ଷରେ ରଖିବ ।
ଏହାସହ ପଢ଼ନ୍ତୁ : ନାତି ନାତୁଣୀଙ୍କ ଆଗରେ ଜେଜେବାପାଙ୍କ ବାହାଘର, ପଡୋଶୀଙ୍କ ସହ ପଡିଲା ହାତଗଣ୍ଠି