କୋରାପୁଟ, ୨।୧୦: କୋରାପୁଟ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ପ୍ରବଳ ବର୍ଷାରେ ପାହାଡ଼ ଉପରୁ ପାଣି ଆସିଯିବାରୁ କୋରାପୁଟ ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥ ମୋହନପଡ଼ା ନିକଟରେ ୫୦ ମିଟର ଡାଇଭର୍ସନ ରାସ୍ତା ଧୋଇ ଯାଇଛି । ଏଥିସହ ରାସ୍ତା ଉପରେ ପାଣି ଚାଲୁଥିବା ଦେଖାଦେଇଛି । ଆନ୍ଧ୍ରା ଓ ଛତିଶଗଡ଼ ରାଜ୍ୟକୁ ସ୍ଥାନୀୟ ଗାଡ଼ିଗୁଡ଼ିକ ରାଜପଥର ଉଭୟ ପଟରେ ଅଟକି ରହିଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ, ତିନି ମାସ ହେଲା ଏହି ବ୍ରିଜ୍ ନିର୍ମାଣ ଚାଲୁଥିବା ବେଳେ ଏକ ଡାଇଭର୍ସନ ରାସ୍ତା ଦିଆ ଯାଇଥିଲା ।