ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଏହି ସମୟରେ ଖୁବ୍‌ ବ୍ୟସ୍ତ । ଏହି ବ୍ୟସ୍ତତାର କାରଣ ଭାରତୀୟ ସେନାର ଅବସରପ୍ରାପ୍ତ ତାଙ୍କ ଭାଇ ମେଜର ବିକ୍ରାନ୍ତ ଜେଟଲୀଙ୍କୁ ନେଇ। କାରଣ ସେ ଏବେ ୟୁଏଇର ଜେଲକୁ ତାଙ୍କୁ ମୁକ୍ତ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଗୁରୁବାର ଏହି ମାମଲାର ଶୁଣାଣି ହୋଇ ଥିଲା। ଗୋଟେ ସମୟରେ ଏମିତି ଲାଗୁଥିଲା ଯେ, ଯେମିତି ସେଲିନା ଜେଟଲୀ ଏବଂ ତାଙ୍କ ଭାଉଜଙ୍କ ମଧ୍ୟରେ ବିବାଦ ଚାଲିଛି। କୋର୍ଟ ସେଲିନା ଜେଟଲୀ ଓ ତାଙ୍କ ଭାଉଜ ଚାରୁଲ ଜେଟଲୀଙ୍କୁ କହିଥିଲେ ଯେ, ସେମାନେ ମତଭେଦକୁ ଭୁଲି ଯାଆନ୍ତୁ ଏବଂ ଏହି ମାମଲାକୁ ପାରିବାରିକ ବିବାଦ’ରେ ପରିଣତ କରନ୍ତୁ ନାହିଁ। ମିଳିମିଶି କାମ କରନ୍ତୁ।

ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି। ସଦ୍ୟ ଶୁଣାଣି ସମୟରେ, ଦିଲ୍ଲୀ ହାଇକୋର୍ଟ ବିକ୍ରାନ୍ତ ଜେଟଲୀଙ୍କ ପତ୍ନୀଙ୍କ ଓକିଲଙ୍କୁ କୋର୍ଟରେ ଏକ ନୋଟ୍ ସିଲ୍ ବନ୍ଦ ଲଫାପାରେ ଦାଖଲ କରରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହି ପଦକ୍ଷେପ ଏଥିପାଇଁ ନେଇଥିଲେ,ଯାହାକି ସେ ବିକ୍ରାନ୍ତ ଜେଟଲୀଙ୍କ ପ୍ରକୃତ ଇଚ୍ଛା ଏବଂ ତାଙ୍କ ଦ୍ୱାରା ନିଆଯାଉ ଥିବା ଆଇନଗତ ସ୍ଥିତିକୁ ଗୋପନୀୟତା ଉପାୟରେ ଜାଣିହେବ। ଏହି ସମୟରେ କେନ୍ଦ୍ର ସରକାର କୋର୍ଟକୁ ଜଣାଇଛନ୍ତି ଯେ, ସେ ବିକ୍ରାନ୍ତ ଜେଟଲୀଙ୍କୁ ଭେଟିବା ପାଇଁ କନସୁଲାର ଆକ୍ସେସ୍ ପାଇଁ ୟୁଏଇ କର୍ତ୍ତୃପକ୍ଷଙ୍କୁ ଏକ ସରକାରୀ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି ଯେ, ୟୁଏଇରେ ସେଲିନାଙ୍କ ଭାଇ ବିକ୍ରାନ୍ତ ଜେଟଲୀଙ୍କ ପାଇଁ ରିପ୍ରେଜେଣ୍ଟିଭ୍ ନିଯୁକ୍ତ କରିବା ପାଇଁ ଏମିରାତି ଆଇନ ଫାର୍ମ ଖାଲିଦ ଅଲ ମରୀଙ୍କୁ ଏକ ଚିଠି ଜାରି କରାଯାଇଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିକ୍ରାନ୍ତ ଜେଟଲୀଙ୍କୁ ସ୍ପଷ୍ଟ ଭାବେ ଏହା ଜଣାଇ ଦିଅ ଯେ, ତାଙ୍କ ପାଇଁ କେଉଁ ଆଇନ ଫର୍ମ ନିଯୁକ୍ତ କରାଯାଇଛି ଏବଂ ସେ କେଉଁ ପ୍ରକାରର ତାଙ୍କର ପ୍ରତିନିଧିତ୍ୱ କରିବେ।

ଅନ୍ୟପଟେ ଶୁଣାଣି ସମୟରେ, କୋର୍ଟ ବିକ୍ରାନ୍ତ ଜେଟଲିଙ୍କ ପତ୍ନୀଙ୍କ ସେହି ବୟାନକୁ ମଧ୍ୟ ଧ୍ୟାନ ଦେଇ ଥିଲେ, ଯେଉଁଥିରେ ସେ ଦିଲ୍ଲୀ ହାଇକୋର୍ଟରେ ଆରମ୍ଭ ହୋଇ ଥିବା କାର୍ଯ୍ୟଧାରାକୁ ନେଇ ବିରୋଧ କରି ଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ, ସେ ଏହି ମାମଲାରେ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଆଇନ ଫର୍ମରେ ସହମତ ନୁହଁନ୍ତି। ସେ ଅଭିଯୋଗ କରିଥିଲେ ଯେ,ସେଲିନା ଜେଟଲୀ ତାଙ୍କ ବିନା ଅନୁମତିରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିକ୍ରାନ୍ତ ଜେଟଲୀଙ୍କ ପତ୍ନୀଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ତାଙ୍କ ସ୍ୱାମୀଙ୍କ ପାଇଁ ଓକିଲ ନିଯୁକ୍ତ କରିବାର ଅଧିକାର କେବଳ ତାଙ୍କର ହିଁ ଅଛି। ସେ କୋର୍ଟକୁ କହିଥିଲେ ଯେ, ସେ ସମ୍ପ୍ରତି ୟୁଏଇର ଏକ ଜେଲରେ ବିକ୍ରାନ୍ତ ଜେଟଲୀଙ୍କୁ ଭେଟି ଥିଲେ ଏବଂ ସେହି ସାକ୍ଷାତ ସମୟରେ ବିକ୍ରାନ୍ତ ଜେଟଲୀ ସ୍ପଷ୍ଟ ଭାବେ ସେଲିନା ଜେଟଲୀଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଆଇନ ଫର୍ମର ସମ୍ପୃକ୍ତିକୁ ବିରୋଧ କରିଥିଲେ।

ତାଙ୍କର କହିବାନୁସାରେ, ବିକ୍ରାନ୍ତ ଜେଟଲୀ କେନ୍ଦ୍ର ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟର ସାହାଯ୍ୟ ଚାହାଁନ୍ତି, ଯାହା ଦ୍ଵାରା ସରକାର ୟୁଏଇରେ ତାଙ୍କ ମାମଲା ପାଇଁ ଜଣେ ଓକିଲଙ୍କୁ ନିଯୁକ୍ତ କରି ପାରିବେ। 

ଉଲ୍ଲେଖନୀୟ ଯେ, ୨୦୨୪ରୁ UAE ଜେଲରେ ଅଛନ୍ତି ସେଲିନାଙ୍କ ଭାଇ ବିକ୍ରାନ୍ତ ଜେଟଲି। ବିକ୍ରାନ୍ତ ଜଣେ ଅବସରପ୍ରାପ୍ତ ମେଜର। ୨୦୧୬ରେ MATITI GROUPରେ ସେ କାର୍ଯ୍ୟରତ ଥିଲେ। କିନ୍ତୁ ସେପ୍ଟେମ୍ୱର ୨୦୨୩ରୁ UAEରେ ବିକ୍ରାନ୍ତଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି। ଖାଲି ସେତିକି ନୁହେଁ, ଗତ ୪ ପିଢ଼ି ଧରି ତାଙ୍କ ପରିବାର ଇଣ୍ଡିଆନ୍ ଆର୍ମିରେ କାର୍ଯ୍ୟ କରୁଛନ୍ତି।​​​​​​​