ଦୁବାଇ,୦୭/୦୩: ଆସନ୍ତା ରବିବାର ଦିନ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଟାଇଟଲ  ଲଢ଼େଇରେ ଭାରତ ଓ ନ୍ୟୁଜିଲାଣ୍ଡ ସାମ୍ନା ସାମ୍ନି ହେବେ ।  ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଭାରତ ଆଜି ପର୍ଯ୍ୟନ୍ତ  ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ୨୦୦୦ରେ ଅନୁଷ୍ଠିତ ଆଇସିସି  ନକ୍‌ଆଉଟ୍‌ ଫାଇନାଲ୍‌ ଓ ୨୦୨୧ ବିଶ୍ୱ  ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ  ଉଭୟ ପରସ୍ପରକୁ ଭେଟିଥିଲେ ଓ ଉଭୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ  ହୋଇଥିଲା । ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ  ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।  ଆଇସିସି ପକ୍ଷରୁ ଫାଇନାଲ୍‌ ମ୍ୟାଚ୍‌ ପାଇଁ  ଅଫିସିଆଲ ଘୋଷଣା କରାଯାଇଛି । ପଲ୍‌ ରାଇଫେଲ ଓ  ରିଚାର୍ଡ ଇଲିଂୱର୍ଥ ପଡ଼ିଆ ଅମ୍ପାୟାର ନିଯୁକ୍ତ ହୋଇଛନ୍ତି । ସେହିପରି ଜୋଏଲ ୱିଲସନ୍‌ ତୃତୀୟ ଅମ୍ପାୟାର, କୁମାର  ଧର୍ମସେନା ଚତୁର୍ଥ ଅମ୍ପାୟାର ଓ ରଞ୍ଜନ ମଦୁଗଲେଙ୍କୁ ମ୍ୟାଚ୍‌  ରେଫରୀ ନିଯୁକ୍ତ କରାଯାଇଛି ।