ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା, ପୁଣି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି,୮/୪ : ସ୍ୱାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଦେଖିବା କୁ ମିଳିଛି ।ପୁଣି ଭାର ରେ୪କିଲୋମିଟର ବୁହାହେଲେ ଗର୍ଭବତୀ ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ର ଅନୁବିରିଡା ଗ୍ରାମରେ ଏହି ଚିତ୍ର ଦେଖିବା କୁ ମିଳିଛି।

 ଅନୁବିରିଡା ଗ୍ରାମର ଶ୍ୟାମ ଦୁରୁଆଙ୍କ ପତ୍ନୀ ଆପାଲାମା ଇଙ୍ଗିଙ୍କ  ଗତ କାଲି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଗ୍ରାମରେ ମୋବାଇଲ ନେଟୱର୍କ ସୁବିଧା ନଥିବା ଯୋଗୁଁ ନିକଟରେ ଥିବା ପାହାଡ଼ ଉପରେ ଜାଇ ସ୍ୱାମୀ ୧୦୮ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ହେଲେ ଗ୍ରାମକୁ ଯିବାକୁ ରାସ୍ତା ନଥିବା  ରୁ  ଗାଁ ଠାରୁ  ୪କିଲୋମିଟର ଦୂର ରେ ଅଟକି 

 ରହିଯାଇଥିଲା ଆମ୍ବୁଲାନ୍ସ।ଯାହା ଫଳରେ ଗର୍ଭବତୀ ମହିଳା ଙ୍କୁ  ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟା ମାନେ ଭାରରେ ୪ କିମି ଦୂର ପାହାଡିଆ ରାସ୍ତା   ବୋହି ଆଣି ଏକ ଆଣ୍ଠୁଏ  ପାଣି ଥିବା ନାଳ ପାରି କରି ବହୁକଷ୍ଟରେ ଆମ୍ବୁଲାନ୍ସ ପାଖରେ ପହଁଚି ଥିଲେ ।  ଗର୍ଭବତୀ ମହିଳାଙ୍କୁ ପ୍ରଥମେ ସ୍ୱାଭିମାନ ଅଞ୍ଚଳର  ଜନବାଇ ଡାକ୍ତରଖାନା ଓ ପରେ ଚିତ୍ରକୋଣ୍ଡା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.