ନୂଆପଡା, ୧୪।୩ : ଶୁଣିଲାନି ଖଡ଼ିଆଳ ପୋଲିସ, ଶେଷରେ ନୂଆପଡା ଜିଲ୍ଲା କୋର୍ଟ ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ଏକ ପରିବାର। ଆତ୍ମହତ୍ୟା ଉଦ୍ୟମ ବେଳେ ସାଥୀରେ ଥିଲେ ତାଙ୍କର ୭ ଓ ୫ ବର୍ଷର ଦୁଇଟି ପୁଅ।ସେମାନଙ୍କ ଦେହରେ ମଧ୍ୟ ପେଟ୍ରୋଲ ଢଳା ହୋଇ ସାରିଥିଲା। ସ୍ୱାମୀ ସ୍ତ୍ରୀ ଦେହରେ ପେଟ୍ରୋଲ ଢ଼ାଳିବା ସମୟରେ ପାଖରେ ଥିବା ଜଳେ ଯୁବକ ଦେଖିବା ପରେ ଦୌଡିଯାଇ ହାତରୁ ଲାଇଟର ଛଡାଇଥିଲେ। ଫଳରେ ୪ ଜଣଙ୍କ ଜୀବନ ବଞ୍ଚିଯାଇଥିଲା।ପରେ ନୂଆପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାରିଜଣ ଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

ଡୁଆଝର ବସ୍ତି ରେ ଦୀର୍ଘ ବର୍ଷ ହେବ ଏହି ଦମ୍ପତି ରହି ଆସୁଛନ୍ତି। ତେବେ ଯାଗା ଛାଡି ସେଠାରୁ ଅନ୍ୟତ୍ର ଚାଲି ଯିବା ପାଇଁ ପଡୋଶୀଙ୍କ ପରିବାର କୁଆଡେ ସବୁଦିନ ଝଗଡା କରିବା ସହ ମାରପିଟ କରୁଛନ୍ତି। ଏହାକୁ ନେଇ ଦୁଇ ବର୍ଷ ହେବ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କଲେ ବି ପୋଲିସ ଏକ ମାମଲା ରୁଜୁ କରି ଚୁପ ହୋଇ ବସୁଛି। ଗତ ରାତିରେ ଏହି ପରିବାର ପ୍ରତି ହୋଇଥିବା ଅକଥନୀୟ ନିର୍ଯ୍ୟାତନା ସହି ନପାରି ଆଜି ନୂଆପଡା ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ସାମ୍ନାରେ ନିଜ ଏବଂ ଦୁଇ ପୁଅ ଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେକି ଅରବିନ୍ଦ ସାହୁ ନାମକ ଜଣେ ଯୁବକ ହାତରୁ ଲାଇଟର ଛଡାଇବା ପରେ ବର୍ତ୍ତିଯାଇଥିଲା ୪ ଜୀବନ। ନୂଆପଡା ଥାନା ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି। ଘରୁ ନିଜ ବାଇକ ରୁ ଚାରି ଲିଟର ପେଟ୍ରୋଲ ଧରି ବସ ରେ ଆସିଥିବା କହିଛନ୍ତି ଦମ୍ପତି।