ଫିରିଙ୍ଗିଆ, ୨୯/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପଡ଼ା ପଞ୍ଚାୟତର ବାଘଡଙ୍ଗୁରିକୁ ନୂତନ ପଞ୍ଚାୟତ ଗଠନ ଦାବିକରି ସମୂହ ୭ଟି ୱାର୍ଡବାସୀ ସ୍ଥାନୀୟ ଫିରିଙ୍ଗିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ଭେଟି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉଧେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l
ଗୁରୁବାର ଉକ୍ତ ଅଞ୍ଚଳର ଏକ ୮ ଜଣିଆ ଟିମ ଗଠନ କରି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କ ସହ ନୂତନ ପଞ୍ଚାୟତ ଗଠନ ନେଇଁ ଆଲୋଚନା ପରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହାସହ ନୂତନ ପଞ୍ଚାୟତ ଗଠନରେ ସମୁଦାୟ ୨୭ ସହ ଜନସଂଖ୍ୟା ଥିବା ବେଳେ ୭ ଟି ୱାର୍ଡ ମଧ୍ୟରୁ ଲାମ୍ବା ଖେତା, ବାଟା ବାହାଲି, କେନ୍ଦୁ ଗୁଡା, ବାଘ ଡଙ୍ଗରୀ, ବୃସିଂ, ବାଘ ପଦର ଭଳି ୭ ଟି ୱାର୍ଡ ରହିଥିବା ବେଳେ ପାଖା ପାଖି ୧୭ ସହ ରୁ ଉର୍ଦ୍ଧ ଭୋଟର ମଧ୍ୟ ଥିବା ଅଞ୍ଚଳ ବାସୀ ଦର୍ଶାଇଛନ୍ତି l
ଏହି ବାଘ ଡଙ୍ଗୁରି ଅଞ୍ଚଳ ଫିରିଙ୍ଗିଆ ବ୍ଲକର ଶେଷ ଅଞ୍ଚଳ ହୋଇଥିବା ବେଳେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ତମାନ ସମୂହ ଅଞ୍ଚଳର ୭ଟି ୱାର୍ଡ ବାସୀ ବାଳନ୍ଦାପଡ଼ା ପଞ୍ଚାୟତରେ ଅଛନ୍ତି l ବାଳନ୍ଦାପଡ଼ା ପଞ୍ଚାୟତର ସର୍ବମୋଟ ୧୭ ଟି ୱାର୍ଡରୁ ୭ ରୁ ୮ ଟି ୱାର୍ଡକୁ ନେଇ ବାଘଡଙ୍ଗୁରିରେ ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ଅଞ୍ଚଳ ବାସୀ ବୈଠକ କରି ନିଷ୍ପତି ଗ୍ରହଣ କରିଛନ୍ତି ଓ ନୂତନ ପଞ୍ଚାୟତ ଗଠନ ପାଇଁ ଆଗାମୀ ଦିନରେ ଦାବି ଜୋରଦାର କରାଯିବ ବୋଲି କୃତିବାସ ଦିଗାଲ,କବିନ୍ଦ୍ର ମଲିକ, ସହଦେଵ ମଲିକ,ନିରାକାର ନାୟକ, ଜିଦେରା ମଲିକ,ଗୋପୀନାଥ କହଁର, ବିରାଟ ମଲିକ, ରଘୁ ନନ୍ଦନ କହଁର ସହ ଅଞ୍ଚଳବାସୀ କହିଛନ୍ତି l