ନୂଆଦିଲ୍ଲୀ, ୧୭।୨: ନାସାର ସତର୍କବାଣୀ । ପୃଥିବୀ ଉପରେ ମାଡ଼ିଆସୁଛି ବଡ଼ ବିପଦ ! ସବୁଜ ଗ୍ରହ ଚାରିପାଖେ ଘୂରିବୁଲୁଛି ୧୫ ହଜାର 'ରାକ୍ଷସ' ସେନା । ଯେ କୌଣସି ମୁହୁର୍ତ୍ତରେ ମାଡ଼ ହୋଇପାରେ । ଆଖି ପିଛୁଳାକେ ଖଣ୍ଡ ଖଣ୍ଡ ହୋଇଯିବ ପୃଥିବୀ । ନାସାର ଜଣେ ବୈଜ୍ଞାନିକ ଏଭଳି ବିପଦ ନେଇ ସତର୍କ କରାଇଛନ୍ତି । ହଜାର ହଜାର "ସିଟି କିଲର" ଗ୍ରହାଣୁ ଏବେ ବି ନିଖୋଜ ଥିବା ନାସାର ଡିଟେକ୍ସନ ରାଡାରରୁ ଜଣାପଡ଼ିଛି । ନାସାର ପ୍ଲାନେଟାରୀ ଡିଫେନ୍ସର ମୁଖ୍ୟ କହିଛନ୍ତି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ହଜାର ହଜାର ସମ୍ଭାବ୍ୟ ବିଧ୍ୱଂସକାରୀ "ସିଟି କିଲର" ଗ୍ରହାଣୁମାନଙ୍କର ସନ୍ଧାନ ଖୋଜିବାରେ ବିଫଳ ହୋଇଛନ୍ତି । ଫିନିକ୍ସରେ ଆମେରିକୀୟ ଆସୋସିଏସନ ଫର୍ ଦି ଆଡଭାନ୍ସମେଣ୍ଟ ଅଫ୍ ସାଇନ୍ସ ସମ୍ମିଳନୀର ଅଭିଭାଷଣରେ ଡକ୍ଟର କେଲି ଫାଷ୍ଟ କହିଛନ୍ତି, ପ୍ରାୟ ୧୫ ହଜାର ମଧ୍ୟମ ଆକାରର ପୃଥିବୀ ନିକଟତମ ବସ୍ତୁ ଚିହ୍ନଟ ହେବାକୁ ବାକି ଅଛି । ଏହି ବସ୍ତୁଗୁଡ଼ିକ ମଧ୍ୟରୁ ଜନବସତି ଅଞ୍ଚଳରେ ଗୋଟିଏ ଧକ୍କା ହେଲେ ଏହା ପୃଥିବୀକୁ ବଡ଼ କ୍ଷତି ପହଞ୍ଚାଇପାରେ । ପୃଥିବୀ ନିକଟତମ ଏହି ବସ୍ତୁଗୁଡ଼ିକ ପାଖାପାଖି ୧୪୦ ମିଟର ଚଉଡ଼ା ।

ଏହା ବି ପଢ଼ନ୍ତୁ... ଚୀନର ବିପଜ୍ଜନକ ଖେଳ ! ଭାରତୀୟ ସୀମା ଠାରୁ ୮୦୦ କିମି ଦୂରରେ ପରମାଣୁ ସ୍ଥାନର କରୁଛି ବୃଦ୍ଧି

ଏବେ ଏଠି ପ୍ରଶ୍ନ ଉଠୁଛି ପୃଥିବୀ ପ୍ରତି ବିପଦ କାହିଁକି ? ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଡକ୍ଟର ନାନସି ଚାବୋଟ୍ ପୃଥିବୀ ପ୍ରତି ବିପଦ ଥିବା କହିଥିଲେ । କାରଣ ବର୍ତ୍ତମାନ ଏପରି କୌଣସି ବିମାନ କିମ୍ବା ମହାକାଶଯାନ ପ୍ରସ୍ତୁତ ହୋଇନାହିଁ ଯାହା ଏହି ବିଧ୍ୱଂସକାରୀ ଗ୍ରହାଣୁଗୁଡ଼ିକୁ ପୃଥିବୀ ସହ ଧକ୍କା ହେବାରୁ ରକ୍ଷା କରିପାରିବ । ଅର୍ଥାତ୍ ସେଗୁଡ଼ିକର ଦିଗ ପରିବର୍ତ୍ତନ କରିପାରିବ । DART ଅର୍ଥାତ୍ ଡବଲ୍ ଆଷ୍ଟେରଏଡ୍ ରିଡିରେକ୍ସନ ଟେଷ୍ଟ ମିଶନରେ, ଏହାର କକ୍ଷପଥ ପରିବର୍ତ୍ତନ କରିବା ପାଇଁ ଘଣ୍ଟା ପ୍ରତି ୧୪ ହଜାର ମାଇଲ୍ ବେଗରେ ଡିମୋର୍ଫସ୍ ନାମକ ଏକ କ୍ଷୁଦ୍ର-ଚନ୍ଦ୍ରରେ ଏକ ସ୍ୱତନ୍ତ୍ର ମହାକାଶଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନାସାର ଏହି ଡବଲ୍ ଆଷ୍ଟେରଏଡ୍ ରିଡିରେକ୍ସନ ଟେଷ୍ଟ (DART) ର ନେତୃତ୍ୱ ନେଇଥିଲେ ନାନସି ଚାବୋଟ୍ । ନାନସି ଚୋବୋଟ୍ କହିଥିଲେ, "DART ଏକ ସଫଳ ମିଶନ ଥିଲା । କିନ୍ତୁ ଆଗକୁ ଯଦି କୌଣସି ବିପଦ ଉପୁଜେ ତେବେ ତୁରନ୍ତ ବ୍ୟବହାର କରିବା ପାଇଁ ଆମ ପାଖରେ ଦ୍ୱିତୀୟ ମହାକାଶଯାନ ପ୍ରସ୍ତୁତ ହୋଇନାହିଁ ।"

କେତେ ବିପଦପୂର୍ଣ୍ଣ 'ସିଟି କିଲର' ଗ୍ରହାଣୁ ? ନାସାର କହିବାନୁସାରେ, ପୃଥିବୀ ନିକଟକୁ ଆସୁଥିବା ପ୍ରାୟ ୧୫ ହଜାର ଗ୍ରହାଣୁ, ଯାହାକୁ ପୃଥିବୀ ନିକଟତର ବସ୍ତୁ ବା NEO କୁହାଯାଏ । ଏଗୁଡ଼ିକର ବ୍ୟାସ ପାଖାପାଖି ୧୪୦ ମିଟର, ପ୍ରାୟ ଏକ ଫୁଟବଲ୍ ପଡ଼ିଆ ଆକାରର । ଯଦି ଏପରି ବସ୍ତୁ ଏକ ଜନବସତି ଅଞ୍ଚଳରେ ପଡ଼େ, ତେବେ ଏହା ଅଗ୍ନିକାଣ୍ଡ, ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବା ସହ ବିସ୍ଫୋରଣ ଘଟାଇପାରେ । ଯାହା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିପାରେ । ନାସା ଏପର୍ଯ୍ୟନ୍ତ କେବଳ ୪୦ ପ୍ରତିଶତ 'ସିଟି କିଲର'ର ଚିହ୍ନଟ କରିବାରେ ସଫଳ ହୋଇଛି । ଆଉ ବାକି ୬୦ ପ୍ରତିଶତ କେଉଁଠି ଅଛି ସେଗୁଡ଼ିକ ଟ୍ରାକିଂ ରାଡାରରୁ ନିଖୋଜ ଅଛି । ସେସବୁ ଯେ କୌଣସି ମୁହୂର୍ତ୍ତରେ ପୃଥିବୀକୁ ଧ୍ୱଂସବିଧ୍ୱସ୍ତ କରି ଦେଇପାରେ । ଯେ ପର୍ଯ୍ୟନ୍ତ ଏହି ଗ୍ରହାଣୁ ଘୂରି ବୁଲୁଥିବେ, ସେ ପର୍ଯ୍ୟନ୍ତ ବିଶ୍ୱ ଉପରେ ବଡ଼ ବିପଦ ଲାଗିରହିବ ।