ନୂଆଦିଲ୍ଲୀ – ଚୀନ ଅରୁଣାଚଳ ପ୍ରଦେଶରୁ ମାତ୍ର ୮୦୦ କିଲୋମିଟର ଦୂରତ୍ୱ ସିଚୁଆନ୍ ପ୍ରଦେଶର ପାହାଡ଼ରେ ଗୁପ୍ତ ଭାବରେ ତାର ପରମାଣୁ ଅସ୍ତ୍ରଶସ୍ତ୍ର ଦ୍ରୁତ ଗତିରେ ବିସ୍ତାର କରୁଛି। ନ୍ୟୁୟର୍କ ଟାଇମ୍ସର ଏକ ତାଜା ରିପୋର୍ଟ ଅନୁସାରେ, ସାଟେଲାଇଟ୍ ଚିତ୍ରଗୁଡ଼ିକରୁ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଜିଟୋଙ୍ଗ୍ ଏବଂ ପିଙ୍ଗଟୋଙ୍ଗ୍ ଭଳି ଗୁପ୍ତ ସୁବିଧାଗୁଡ଼ିକ ବ୍ୟାପକ ପ୍ରସାର ଏବଂ ଆଧୁନିକୀକରଣର ହେଉଛି । ଏହା ଚୀନ୍‌ର ପରମାଣୁ କାର୍ଯ୍ୟକ୍ରମର ଦ୍ରୁତ ବିକାଶ, ଯାହା ଏବେ ବିଶ୍ୱର ତୃତୀୟ ସବୁଠୁ ବଡ଼ ରାଷ୍ଟ୍ର ପାଲଟିଛି।

ରିପୋର୍ଟ ଅନୁସାରେ, ଏହି ଅଭିବୃଦ୍ଧି ରୁଷ ଓ ଆମେରିକା ପରେ ସବୁଠାରୁ ଦ୍ରୁତ ଗତିରେ ହେଉଥିବା ଏବଂ ଏଥିରେ ବିଶ୍ୱ ପରମାଣୁ ସନ୍ତୁଳନ ଉପରେ ଗଭୀର ପ୍ରଭାବ ପକାଇ ପାରେ। ଏହାର ଆଗରେ କେବଳ ରୁଷ (ପାଖାପାଖି ୫୪୦୦) ଏବଂ ଆମେରିକା (ପାଖାପାଖି୫୧୦୦-୫୨୦୦) ରହିଛି। ଚୀନ ଏବେ ୨୦୩୦ ସୁଦ୍ଧା ୧୦୦୦ରୁ ଅଧିକ ପରମାଣୁ ଅସ୍ତ୍ର ରଖିବାର ଲକ୍ଷ୍ୟ ହାସଲ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ସାଟେଲାଇଟରୁ ପ୍ରାପ୍ତ ଚିତ୍ରଗୁଡ଼ିକ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶର ପର୍ବତ ଗୁଡ଼କରେ ଥିବା 'ଗୁପ୍ତ ପରମାଣୁ ସୁବିଧା ସ୍ଥାନ' ରେ ସମ୍ପ୍ରସାରଣ ଏବଂ ଉନ୍ନତିକରଣ କାର୍ଯ୍ୟ ଚାଲିଛି,ଯାହାକି ଅରୁଣାଚଳ ପ୍ରଦେଶରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ରହିଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ହଜାର ହଜାର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଶ୍ରମିକମାନେ ପାର୍ବତ୍ୟାଞ୍ଚଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ 'ଆଭ୍ୟନ୍ତରୀଣ ପରମାଣୁ ସାମ୍ରାଜ୍ୟ' ନିର୍ମାଣ କରି ଥିଲେ। କିନ୍ତୁ ୧୯୮୦ ଦଶକରେ ଉତ୍ତେଜନା କମିବା ପରେ, ଅନେକ ପରୀକ୍ଷାକେନ୍ଦ୍ରର ଆକାର ହ୍ରାସ କରି ଦିଆଯାଇ ଥିବା କିମ୍ୱା ବନ୍ଦ କରି ଦିଆଯାଇ ଥିଲା। ଏଠାରେ ଥିବା କର୍ମଚାରୀମାନେ ନିକଟସ୍ଥ ମିୟାନଙ୍ଗରେ ଏକ ଥିବା ନୂତନ ପରୀକ୍ଷାକେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇ ଥିଲେ । ହେଲେ ଗତ ଦୁଇ ଦଶକ ମଧ୍ୟରେ ସ୍ଥିତି ବଦଳି ଯାଇଛି।

ଭୌଗୋଳିକ ଗୁଇନ୍ଦା ବିଶେଷଜ୍ଞ ରେନି ବାବିୟାରଜ ଏହି ପରିବର୍ତ୍ତନକୁ ଦ୍ରୁତ ବିକାଶ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି , ଚୀନର ବିଭିନ୍ନ ପରମାଣୁ ସ୍ଥଳ ଉପରେ ବିକାଶର ଗତି ୨୦୧୯ର ଆଖାପାଖରୁ ଦ୍ରୁତ ହୋଇଯାଇଛି।