ଜୟପୁର, ୧୬।୬ : ଭିଜିଲାନ୍ସ ଜାଲରେ ଲାଞ୍ଚଆ ରାଜସ୍ୱ ନିରୀକ୍ଷକ । ମତ୍ସ୍ୟ ପୋଖରୀ ଯୋଜନାରେ ଏକ ପୋଖରୀର ଟ୍ରେସ ମ୍ୟାପ ପାଇଁ ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି । ଏହି ଆରଆଇ ଜଣଙ୍କ ହେଉଛନ୍ତି ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୋଷାଗୁଡାର ରାଜସ୍ୱ ନିରୀକ୍ଷକ ଶୈଳବାଳା ନାୟକ ।
ଅଭିଯୋଗ ଅନୁସାରେ ଜଣେ ହିତାଧିକାରୀ ମତ୍ସ୍ୟ ପୋଖରୀ ଯୋଜନାରେ ଏକ ପୋଖରୀ ଖୋଳିବାକୁ ଆବେଦନ କରିଥିଲେ । ସବସିଡ୍ ପାଇବାକୁ ହେଲେ ଏହାର ଟ୍ରେସ ମ୍ୟାପ ଦରକାର । ୪ ହଜାର ଟଙ୍କା ନଦେଲେ ଟ୍ରେସ ମ୍ୟାପ ଦେବେନି ହିତାଧିକାରୀଙ୍କୁ କହିଥିଲେ ରାଜସ୍ୱ ନିରୀକ୍ଷକ। ଏନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ମୁତାବିକ ହିତାଧିକାରୀ ମାଧ୍ୟମରେ ରାଜସ୍ୱ ନିରୀକ୍ଷଣଙ୍କୁ ଟ୍ରାପ୍ କରିଥିଲା। ତେବେ ଲାଞ୍ଚ ନେବା ଘଟଣାକୁ ଅସ୍ବୀକାର କରିଛନ୍ତି ଶୈଳବାଳା ନାୟକ ।
ଆହୁରି ପଢନ୍ତୁ : ଜୁନ ୨୧ରୁ ରାଜ୍ୟବ୍ୟାପୀ ହେବ ସୁଭଦ୍ରା ଶକ୍ତି ସମାବେଶ