ବଲାଙ୍ଗୀର, ୧୭/୧୦: ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍। ଡ୍ରାଇଭର କିମ୍ବା ହେଲ୍ପରଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଓଲଟି ପଡିଥିବା ଟ୍ରକ୍ରୁ ଚାଉଳ ବୋହିନେଲେ ଲୋକ। ବଲାଙ୍ଗୀର ଜିଲ୍ଲା ଭୂତିଆର ବାହାଲ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଛତିଶଗଡ଼ ଗାଡ଼ି ନମ୍ବର ଥିବା ଚାଉଳ ବୋଝେଇ ଟ୍ରକ୍ଟି ଶୁକ୍ରବାର ଭୋରୁ ଦେଓଗାଁ ପଟକୁ ଅସୁଥିଲା । ଏତିକି ବେଳେ ଭୂତିଆର ବାହାଲ ନିକଟରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଚାଉଳ ବସ୍ତାଗୁଡ଼ିକ ରାସ୍ତାରେ ପଡ଼ି ଯାଇଥିବା ବେଳେ ସ୍ଥାନୀୟଲୋକେ ସେଗୁଡ଼ିକୁ ବୋହି ନେଉଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଦେଓଗାଁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିଛି।