ମୁମ୍ବାଇ,୧୧/୩ : ଟିଭି ଅଭିନେତ୍ରୀ ରିଦ୍ଧମା ପଣ୍ଡିତଙ୍କ ନାଁ ଏକ ସମୟରେ କ୍ରିକେଟର ଶୁଭମନ ଗିଲଙ୍କ ଯୋଡ଼ି ରହିଥିଲା । ୨୦୨୪ ଏବଂ ୨୦୨୫ ସମୟରେ ଖବର ଥିଲା କି ଉଭୟ ଜଣେ ଅନ୍ୟ ଜଣଙ୍କୁ ଡେଟ୍ କରୁଛନ୍ତି ଏବଂ ଡିସେମ୍ପର ୨୦୨୪ରେ ବିବାହ କରିବାକୁ ଯାଉଛନ୍ତି। ସେହିଭଳି ଏବେ ଏହି ସବୁ ଖବରକୁ ରିଦ୍ଧିମା ସମ୍ପୂର୍ଣ୍ଣ ଭାବେ ମିଛ ବୋଲି କହିଛନ୍ତି । ସେ ନିକଟରେ ଶୁଭମନ ଗିଲଙ୍କ ସହ ନିଜ ରିଲେଶନଶିପର ଖବର ଉପରେ ରିଆକ୍ଟ କରିଛନ୍ତି ।
ଏକ ସାକ୍ଷାତକାରରେ ରିଦ୍ଧିମା ପଣ୍ଡିତ ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡିନ କରିଛନ୍ତି। ସେ କହିଛନ୍ତି କି ବିବାଦରୁ ଦୂରରେ ରହିବା ପସନ୍ଦ କରିଥାଏ । ଅଭିନେତ୍ରୀ ସ୍ପଷ୍ଟ କହିଛନ୍ତି କି ଶୁଭମନ ଓ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ରିଦ୍ଧିମା କହିଛନ୍ତି କି, ଏଭଳି କିଛି ବି ନାହିଁ । ମୁଁ ସବୁବେଳେ ବିବାଦରୁ ଦୂରେଇ ରହିବା ମଣିଷ ଅଟେ ଏବଂ ଆଗକୁ ବି ଏଭଳି ରହିବାକୁ ଚାହିଁବି । ମୁଁ କେବେ କାହା ସହ ଭୁଲ୍ କରିନାହିଁ ନା କୌଣସି ବିଷୟରେ ଭୂଲ କହିଛି । ମୁଁ କେବଳ ପରଦାରେ ରୋମାନ୍ସ କରିବା ଲାଗି ବି କିଛି କରିନଥାଏ। ସତ କହୁଛି ମୁଁ ବହୁତ ସାଧାରଣ ମଣିଷ ଅଟେ । ମୋ ବିଷୟରେ କୌଣସି ଭୁଲ୍ ବାହାର କରିବା ସହଜ ନୁହେଁ ।