ପଟ୍ଟାମୁଣ୍ଡାଇ,୨୩/୦୨:  ପଟ୍ଟାମୁଣ୍ଡାଇ ରାଜନଗର ବାଇପାସ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇଓ୍ଵା । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ । ତେବେ ମୃତକ ଜଣକ ହେଲେ ଚଣ୍ଡିଆପଲ୍ଲୀ ଗାଁ ର ମାଗା ନାୟକ ବୋଲି ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ- ମହାଶିବରାତ୍ରି ପାଇଁ ସଜେଇ ହେଲାଣି ଶ୍ରୀଲୋକନାଥ ମନ୍ଦିର: ସୋମବାର ପଙ୍କୋଦ୍ଧାର ଏକାଦଶୀ, ୨୬ରେ ଜାଗର

ସେପଟେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।   ସେପଟେ ଉତ୍ତେଜନାରେ ରାସ୍ତା ରୋକ୍ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।