ସୁନ୍ଦରଗଡ,୨୫/୭: ରାସ୍ତାରୁ ପୋଲ ତଳକୁ ଖସିଲା କାର। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାର କୁଣ୍ଡୁକେଲା ନିକଟ ଏସ୍ଏଚ ୧୦ ବିଜୁ ଏକ୍ସପ୍ରେସ-ୱେରେ ଏହି ଘଟଣା ଘଟିଛି ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ୧୫ ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଏକ କାର କୁଣ୍ଡୁକେଲା ନିକଟ ଏସ୍ଏଚ ୧୦ ବିଜୁ ଏକ୍ସପ୍ରେସ ୱେ ଦେଇ ଯାଉଥିଲା। ସେହି ସମୟରେ କାର ଚାଳକ ନିୟନ୍ତ୍ରଣ ହରାଇ ହେଜାର୍ଡ ମାର୍କର ସାଇନବୋର୍ଡ ଏବଂ ରାସ୍ତା ପାର୍ଶ୍ବ ରେଲିଂରେ ପିଟି ହୋଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା। କାର୍ ଭିତରେ ମୋଟ୍ ୩ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ମସନିକାନି ଟୋଲ ପ୍ଲାଜା ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି ସୁନ୍ଦରଗଡକୁ ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଛି। ତେବେ ସେମାନେ ସୁନ୍ଦରଗଡକୁ କି କାମରେ ଆସିଥିଲେ ତାହା ଜଣାପଡିନି ।