ପ୍ରମୂଖ ଖବର
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ବ୍ୟବସାୟୀଙ୍କ ଘରେ ପଶି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟ୍‌ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Harapriya Sethi | January 25, 2025 1:35 PM

ନବରଙ୍ଗପୁର, ୨୫/୦୧: ବ୍ୟବସାୟୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ୧୪ ଲକ୍ଷ ଟଙ୍କା ସହ ୩୦ ଗ୍ରାମ ସୁନା ଅଳଙ୍କାର ଲୁଟ ଘଟଣାରେ ପୋଲିସକୁ ମିଳିଲା ସଫଳତା । ଘଟଣାର ୧୨ ଦିନ ମଧ୍ୟରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ସେମାନଙ୍କ ଠାରୁ ୧୧ ଲକ୍ଷ ୨୩ ହଜାର ଟଙ୍କା ଓ ୩୦ ଗ୍ରାମ ସୁନା ଜବତ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଜାନୁଆରୀ ୧୩ ତାରିଖରେ ଦୁଇଜଣ ଚୋର ଛୁରୀ ଧରି ନବରଙ୍ଗପୁର ସହର ସ୍ଥିତ ଦାରୁବନ୍ଧ ସାହିରେ ରହୁଥିବା ତେଜରାତି ବ୍ୟବସାୟୀ ସରୋଜ ମହାନ୍ତିଙ୍କ ଘର ଭିତରକୁ ପଶିଥିଲେ । ସେ ସମୟରେ ଘର ମାଲିକ ସରୋଜ ଅନୁପସ୍ଥିତ ଥିଲେ । ଏହାର ଫାଇଦା ନେଇ ସରୋଜଙ୍କ ସ୍ତ୍ରୀ ଅମିତା ମହାନ୍ତିଙ୍କ ବେକରେ ଗାମୁଛା ବାନ୍ଧିବା ସହ ଛୁରୀ ଦେଖାଇ ଆଲମାରୀରେ ଥିବା ୧୪ ଲକ୍ଷ ଟଙ୍କା ସହ ୩୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଇ ଚମ୍ପଟ ମାରିଥିଲେ । ଏହାପରେ ସ୍ଥାନୀୟ ନବରଙ୍ଗପୁର ଆଦର୍ଶ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବାପରେ ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ଏହି ଘଟଣାର ୧୨ ଦିନ ମଧ୍ୟରେ ୨ ଜଣ ଲୁଟେରାକୁ ପୋଲିସ ଗିରଫ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.