ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର

Published By : Harapriya Sethi | December 12, 2024 8:28 AM

ବଣାଇ, ୧୨/୧୨: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା । ବିଳମ୍ୱିତ ରାତିରେ ଲୁଟ୍ କରିବାକୁ ଆସି ଗୁଳି ମାଡ କଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଲୁଟେରାମାନେ ଫେରାର ହେଇଥିବା ଜଣା ପଡ଼ିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡପାଲୀ ଗ୍ରାମରେ ଦୁଃଖଦ ଘଟଣା । ବୁଧବାର ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ଘରେ ପଶିଥିଲେ । ଏହି ସମୟରେ ଗର୍ଭବତୀ  ମହିଳା ଜଣକ ଘରେ ଥିଲେ । ଦୁର୍ବୃତ୍ତ ମାନେ ଜବରଦସ୍ତି ଘରେ ପଶି ଲୁଟ୍‌ କରିଥିଲେ । ଏହା ଦେଖି ମହିଳା ଜଣକ ତାଙ୍କୁ ବିରୋଧ କରିଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳି ମାଡ଼ କରିଥିଲେ । ଫଳରେ ସେ ଘଟଣା ସ୍ଥଳରେ ପଡି ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଏହାରି ଭିତରେ ଦୁର୍ବୃତ୍ତମାନେ ଲୁଟ୍‌ କରି ଫେରାର ହେଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପଡୋଶୀ ଲୋକେ ତାଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଟିକାୟତପାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.