ରାୟଗଡ(ଗଜପତି) :- ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଶାଖା ପକ୍ଷରୁ ବୁଧବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ରାଜନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ,ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁପେଶ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଆଦର୍ଶ ଦାସ, ସଂଗଠନର ଉପଦେଷ୍ଟା କେ. ରାମସ୍ୱାମୀ ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ବ୍ଲକ ଓ ଜିଲ୍ଲାର ଉନ୍ନତିରେ ସାମ୍ବାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ l
ଓୟୁଜେ ଗଜପତି ଜିଲ୍ଲା ଅଧିନ ରାୟଗଡ ବ୍ଲକର ସାମ୍ବାଦିକମାନେ ପୂର୍ବ ଯୋଜନା ପ୍ରକାରେ ଡମ୍ବାପୁର ସ୍ଥିତ ମହେନ୍ଦ୍ରତନୟା ଡ୍ୟାମ ଠାରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l କାଶୀନଗର ବ୍ଲକର ଦୁଇ ଜଣ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକ ପ୍ରାର୍ଥନା କରାଯାଇଥିଲା l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱତନ୍ତ୍ର ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀଙ୍କ ସମେତ ଜିଲ୍ଲା କୋଷାଧ୍ୟକ୍ଷ ବାସୁଦେବ ଦାସ, ରାମ ଗୋବିନ୍ଦ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ଜିଲ୍ଲା ସାମ୍ବାଦିକ ଓ ବିଭିନ୍ନ ବ୍ଲକ ସାମ୍ବାଦିକଙ୍କୁ ମଧ୍ୟ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି l
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁଗ୍ମ ସମ୍ପାଦକ ସୌମ୍ୟରଞ୍ଜନ ପଟନାୟକ, ଜ୍ୟୋତି ପ୍ରସାଦ ପାଣି, ବି. କୃଷ୍ଣ ଚନ୍ଦ୍ର ପାତ୍ର, ସାଇ ରଞ୍ଜନ ପଟନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ଆଇନଜିବୀ ଦୀପୁ ପଟନାୟକ, ସମାଜସେବୀ ପ୍ରସାଦ ଘଡାଇ, ମନୁ ସାହୁ, ୱାର୍ଡ ସଭ୍ଯ ରାଜୁ ଆଚାରୀ, କାଶୀ ଆଚାରୀ, ବାବୁନି ପାଣିଗ୍ରାହୀ, ଚିତ୍ର ଲେଙ୍କା, ବାପି ଦଳପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l