ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆରସିବିର ବିଶାଳ ବିଜୟ, ଚେନ୍ନାଇକୁ ହରାଇ ପ୍ଲେଅଫ୍‌ରେ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଏମ. ଚିନାସ୍ବାମୀ ଷ୍ଟାଡିୟମରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଆରସିବି ସପକ୍ଷରେ ଯାଇଛି । କର ବା ମର ମ୍ୟାଚ୍‌ରେ ସୁନ୍ଦର ପ୍ରଦର୍ଶନ ସହ ଆଇପିଏଲ ପ୍ଲେଅଫ୍‌ରେ ପହଞ୍ଚିଛି ଆରସିବି । ଚେନ୍ନାଇକୁ ପରାସ୍ତ କରି ବଡ଼ ଉପଲବ୍ଧି  ହାସଲ କରିଛି ବେଙ୍ଗାଲୁରୁ । ଆଉ ଚେନ୍ନାଇ ସୁପର କିଙ୍ଗ୍ସ ନିରାଶ ହୋଇଛି ଏବଂ ଆଇପିଏଲରୁ ଆଉଟ ହୋଇଛି । ୨୧୮ ରନ୍‌ର ପିଛା କରିଥିବା ଚେନ୍ନାଇ ୧୯୧ ରନ୍‌ରେ ଅଟକି ଯାଇଛି । ୭ ଓ୍ବିକେଟ୍‌ ହରାଇ ଚେନ୍ନାଇ ଜିତିବା ତ ଦୂରର କଥା କ୍ବାଲିଫାଏ ବି କରିପାରି ନାହିଁ । 

ରଚିନ ରବୀନ୍ଦ୍ରଙ୍କ ଦମଦାର ୬୧ ରନ୍‌ ବେକାର ଯାଇଛି । ଏହା ସହ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୨ ରନ୍‌ ମଧ୍ୟ ଆରସିବିର ବିଜୟ ପଥରେ ବାଧକ ସାଜି ପାରିନାହିଁ । ସେପଟେ ଏମ ଏସ୍‌ ଧୋନି ୧୩ ବଲ୍‌ରେ ୨୫ ରନ୍‌ କରିଥିଲେ ସୁଦ୍ଧା ଆରସିବିକୁ ପ୍ଲେଅଫକୁ ଯିବାକୁ ଅଟକାଇବାରେ ବିଫଳ ହୋଇଛନ୍ତି । ଆଉ ଶେଷରେ ଲଗାତାର ଷଷ୍ଠ ବିଜୟ ସହ ପ୍ଲେଅଫରେ ସ୍ଥାନ ପକ୍କା କରିନେଇଛି  ଆରସିବି । ଏହା ସହ କୋଲକାତା, ହାଇଦ୍ରାବାଦ, ରାଜସ୍ଥାନ ସହ ପ୍ଲେଅଫ ତାଲିକାରେ ଯୋଡ଼ି ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 

ଆରସିବିର ବୋଲରମାନେ ମଧ୍ୟ ଆଜି କମାଲ କରିଛନ୍ତି । ୟଶ ଦୟାଲ ୨ଟି ଓ୍ବିକେଟ ନେଇଛନ୍ତି । ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମହମ୍ମଦ ସିରାଜ, ଲକି ଫର୍ଗ୍ୟୁସନ ଏବଂ କ୍ୟାମେରନ୍‌ ଗ୍ରୀନ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । 

 ଆଜି କର ବା ମର ମ୍ୟାଚ୍‌ରେ ଆରସିବି ପ୍ରଥମେ ବଡ଼ ସ୍କୋର କରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆରସିବି ୨୧୮ ରନ୍‌ କରିଥିଲା । ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଫାଫ ଡୁ ପ୍ଲେସିସ୍‌ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଦଳର ସ୍କୋର ଧିମା ପଡ଼ିଥିଲା । ଏହା ପରେ ଆରସିବି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲେ । ଶେଷ ୨୦ ଓଭର ଶେଷ ସୁଦ୍ଧା ୫ ଓ୍ବିକେଟ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୧୮ ରନ୍‌ କରିଥିଲା । ଏହା ସହ ଚେନ୍ନାଇକୁ ୨୧୯ ରନର୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଆରସିବି । ହେଲେ ଚେନ୍ନାଇ ବହୁ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଛି ଏବଂ ଟିମ୍‌କୁ ଚଳିତ ଆଇପିଏଲ ସିଜନରୁ ବିଦାୟ ନେବାକୁ ପଡ଼ିଛି । 

 ମ୍ୟାଚ୍ ଜିତି ପ୍ଲେ ଅଫ୍‌ରେ ପ୍ରବେଶ ପାଇଁ ଚେନ୍ନାଇ ସାମ୍ନାରେ ୨୧୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ଚେନ୍ନାଇ ୨୦୧ ରନ କରିଥିଲେ ମଧ୍ୟ ଟପ୍-୪ରେ ପହଞ୍ଚିଥାନ୍ତା । ଅନ୍ୟପଟେ ବେଙ୍ଗାଲୁରୁକୁ ପ୍ଲେ ଅଫ ପାଇଁ ମ୍ୟାଚକୁ ୧୮ ରନରେ ଜିତିବାର ଥିଲା । ତେବେ ଏହି ମ୍ୟାଚ୍‌କୁ ଆରସିବି ୨୭ ରନ୍‌ରେ ଜିତିନେଇଛି । 

 ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୬୮ ତମ ମ୍ୟାଚ୍‌ରେ ଉଭୟ ଚେନ୍ନାଇ ଏବଂ ବେଙ୍ଗାଲୁରୁ ପାଇଁ କର ବା ମର ପରିସ୍ଥିତି ଥିଲା । ଆଜି ଟସ୍‌ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗାଲୁରୁ ଦୁଇ ଓପନର ବିରାଟ କୋହଲି ଏବଂ ଫାଫ ଡୁପ୍ଲେସି ଭଲ ସ୍କୋର କରିଥିଲେ । ବିରାଟ କୋହଲି ୨୯ ବଲ୍‌ରେ ୪୭ ରନ୍‌ କରି ଡାରିଲ ମିଚେଲଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।  

ଡୁପ୍ଲେସସି୍‌ ସାମାନ୍ୟ ଧିମା ଖେଳିଥିଲେ ହେଁ ୫୪ ରନ କରିଥିଲେ । ସେହିଭଳି ରଜତ ପାଟିଦାର (୪୧), କ୍ୟାକେରନ୍‌ ଗ୍ରୀନ୍‌ (୩୮), ଦିନେଶ କାର୍ତ୍ତିକ (୧୪), ଗ୍ଲେନ୍‌ ମ୍ୟାକ୍ସଓ୍ବେଲ (୧୬)ଙ୍କ ବଳରେ ଟିମ୍‌ ୨୧୮ ରନ୍‌ ବଡ଼ ସ୍କୋର କରିଥିଲା  । ଅନ୍ୟପଟେ ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ତୁଷାର ଦେଶପାଣ୍ଡେ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.