ନୂଆଦିଲ୍ଲୀ,୨୮/୦୩: ଆରମ୍ଭ ହେଲା ଭାରତର କ୍ରିକେଟ ମହାକୁମ୍ଭ ଆଇପିଏଲ୍ ୨୦୨୬ ର ଉଦ୍ଘାଟନୀ ମ୍ୟାଚ୍। ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁ। ତେବେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଆରସିବି। ଚଳିତ ବର୍ଷ ଆଇପିଏଲରେ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ଲାଗୁ ହେବା ସହିତ କିଛି ଖେଳାଳି ମଧ୍ୟ ପରିବର୍ତ୍ତନ ହୋଇଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦର ନିମୟିତ କ୍ୟାପଟେନ୍ ଥିବା ପାଟ୍ କମିନ୍ସ ଏଥର ଦଳରେ ନାହାନ୍ତି। ତାଙ୍କ ବଦଳରେ ଏସଆରଏଚର ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଇଶାନ କିଶନ। ସେପଟେ ଆରସିବିରେ ରଜତ ପାଟିଦାର ପୂର୍ବପରି ଅଧିନାୟକ ରହିଛନ୍ତି।
ସୂଚନାଥାଉକି, ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ୨୫ ଥର ମୁକାବିଲା ହୋଇଥିବା ବେଳେ ଏଥିରୁ ସର୍ବାଧିକ ୧୩ ଥର ହାଇଦ୍ରାବାଦ ବିଜୟ ହୋଇଛି। ବେଙ୍ଗାଲୁରୁ ମାତ୍ର ୧୧ ଥର ବିଜୟ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ଆଜିର ମୁକାବିଲାରେ ଉଭୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଜୟ ଅଭିଯାନ କରିବାକୁ ଚେଷ୍ଟା କରିବେ।
ଆରସିବିର ଚୁଡ଼ାନ୍ତ ଏକାଦଶ:
ବିରାଟ କୋହଲି, ଫିଲ୍ ସଲ୍ଟ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ, ରୋମାରିଓ ଶେଫର୍ଡ, କ୍ରୁଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଅଭିନନ୍ଦନ ସିଂହ, ଜ୍ୟାକବ ଡଫି ଏବଂ ସୁୟଶ ଶର୍ମା
ହାଇଦ୍ରାବାଦର ଚୁଡ଼ାନ୍ତ ଏକାଦଶ:
ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ୍ କିଶନ (ୱିକେଟ୍ କିପର / ଅଧିନାୟକ), ହେନ୍ରିଚ୍ କ୍ଲାସେନ୍, ଅନିକେତ୍ ବର୍ମା, ନୀତୀଶ କୁମାର ରେଡ୍ଡୀ, ସଲିଲ ଆରୋରା, ହର୍ଷ ଦୁବେ, ହର୍ଷଲ ପଟେଲ, ଜୟଦେବ ଉନଦକଟ ଏବଂ ଇଶାନ ମାଲିଙ୍ଗା