ପ୍ରମୂଖ ଖବର
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରୁକୁଣା ରଥ ଚକ, ଅଖ ଏବେ ଅଲୋଡ଼ା: ରଖିବାକୁ ଜାଗା ନାହିଁ, ନିଲାମରେ ବିକିବାକୁ ପ୍ରସ୍ତାବ

Published By : Prameya | June 30, 2025 1:40 PM

ଭୁବନେଶ୍ୱର,୩୦/୦୬: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ହଜାର ହଜାର ଏକର ଭୂସମ୍ପତ୍ତି । ଏତେ ସମ୍ପତ୍ତିର ମାଲିକ ହୋଇବି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର  ଚକ, ଅଖ ଆଦି ରଖିବାକୁ ବଡ ଷ୍ଟୋର ରୁମ ନାହିଁ । 

ଗତ ଏପ୍ରିଲ ମାସରେ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ସମ୍ପନ୍ନ ହୋଇଥିଲା। ଏବେ ସେଇ ରଥରୁ କାଠ ବାହାର କରି ଅଳ୍ପ କିଛି ହାଟ ପାଖ ଛୋଟିଆ  ଷ୍ଟାରରେ ରଖାଯାଇଛି । ଆଉ କିଛି ଚକ ଓ ଅଖ ହାଟର ଗୋଟିଏ କଡ଼ରେ ରଖାଯାଇଛି ଯେଉଁଠି ଲୋକେ  ପରିସ୍ରା କରୁଛନ୍ତି, ହାଟର ଅଳିଆ ଗଦା ହେଉଛି । ସେଠାରେ ଅଳିଆ ବୁହା ଟ୍ରଲି ଗୁଡିକ ରଖାଯାଇଛି । ରୁକୁଣା ରଥଯାତ୍ରାର ସୁଖ୍ୟାତି ସାରା ବିଶ୍ୱରେ ବିଦିତ । ରଥରେ ବ୍ୟବହୃତ ପ୍ରତିଟି ଅଂଶ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରେ । ଏହି କାରଣରୁ ରଥ ଚକ, ଅଖ  ରଥ ସାମଗ୍ରୀ ସବୁକୁ ଅତି କଦର୍ଯ୍ୟ ସ୍ଥାନରେ ରଖିବା  ଶ୍ରଦ୍ଧାଳୁମାନଙ୍କୁ ବ୍ୟଥିତ କରୁଛି । ଯଦି ରଖିବାକୁ ଜାଗା ନାହିଁ, ତାକୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରି ନିଲାମ କରାଯାଉ ।  

ପୁରୀ ରଥଯାତ୍ରାର ରଥ ଚକ ପରି ରୁକୁଣା ରଥଯାତ୍ରାର ଚକ, ଅଖ କିଣିବାକୁ ଅନେକ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ । ପୂର୍ବରୁ କିଛି ସେବାୟତ ସେବା ବାବଦ ପାଉଣା ପାଇଁ ରଥ ଚକକୁ ନେଇ ଜାଳେଣି କରୁଥିଲେ । ତେବେ ଏଥିରେ ଲାଗି  ଥିବା କଣ୍ଟା ଓ କିଳା ମନ୍ଦିର ପ୍ରଶାସନକୁ ଫେରାଉ ଥିଲେ । ମାତ୍ର ଏବେ ଘରେ ରନ୍ଧନ ଗ୍ୟାସ ବ୍ୟବହାର କରୁଥିବାରୁ  ଆଉ ଏହି କାଠ ନେବାକୁ ସେବାୟତ ଚାଁହୁନାହାନ୍ତି । 

ବରିଷ୍ଠ ସମାଜ ସେବୀ ତଥା ଏକାମ୍ର ଜନ  ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ  କହିଛନ୍ତି ଯେ,ଏହି ଅଭାବନୀୟ ସ୍ଥିତି ପାଇଁ ଉଭୟ  ପ୍ରଶାସନ ଆଉ ପରିଚାଳନା କମିଟି ଦାୟୀ  । ଆଗକୁ  ରଥ ନିର୍ମାଣ ପାଇଁ କାଠ ମିଳିବା କଷ୍ଟ ହେବ । ଯଦି  ଅଖ, ଚକ ଏବଂ ରଥର ଅନ୍ୟାନ୍ୟ ଅଂଶ ଠିକ୍‌ ଭାବେ  ରଖାଯିବ ତା’ହେଲେ ଅନେକ ସୁଫଳ ମିଳିବ । ମନ୍ଦିର  କାର୍ଯ୍ୟାଳୟର କିଛି କର୍ମଚାରୀ ଏହି ପ୍ରସଙ୍ଗ ଟ୍ରଷ୍ଟ ବୋର୍ଡ ବୈଠକରେ ଉଠାଇବେ ବୋଲି ମତ ରଖିଛନ୍ତି । ମନ୍ଦିର  କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ  ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ‘ପ୍ରସ୍ତାବ  ଆସିଛି, ଯାହା ସମ୍ଭବ ହେବ ବିଚାର କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.