କଟକ,୨୨।୧୨ : ହ୍ୟୁମାନ ସାଗର ମୃତ୍ୟୁ ମାମଲା। ମା’ ଶେଫାଳୀ ସୁନାଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ସାଗର ସଙ୍ଗମ ଲାଇଭର ଏମଡି. ଆବିଦ୍ ଓରଫ୍ ବବଲୁ । ମୋ ମନ ବହୁତ୍ ଦୁଃଖିତ । ହ୍ୟୁମାନ ସାଗର ଆଉ ଏ ଦୁନିଆରେ ନାହାଁନ୍ତି । ଯଦି ସେ ବଞ୍ଚିଥାନ୍ତେ ତେବେ ସେ ହିଁ କହିଥାନ୍ତେ ବଵଲୁ ଭାଇ ମୋ ପାଇଁ କ'ଣ । ୨୦୨୨ ମସିହା ଶେଷ ଏବଂ ୨୦୨୩ ମସିହା ଫେବୃଆରୀ ୨୮ରେ ତାଙ୍କ ମାଆଙ୍କ ଉପସ୍ଥିତିରେ ଆମେ ଅଲଗା ହୋଇଥିଲୁ ।ସେବେଠୁ ତାଙ୍କ ରାସ୍ତା ଅଲଗା ମୋ ରାସ୍ତା ଅଲଗା ବୋଲି ସେ କହିଛନ୍ତି।
ଯଦି ଜଣେ ମଣିଷର ଦେହ ଖରାପ ଥିଲା ସେ କେମିତି ପ୍ରୋଗ୍ରାମ ଗଲା ।ହେଲେ ଡକ୍ଟର କହିଛନ୍ତି ବର୍ଷେ ପୂର୍ବରୁ ଲିଭର୍ ସିରୋସିସ୍ ହୋଇଥିଲା ।ଆମେ ତିନି ବର୍ଷ ହେଲା ତାଙ୍କ ସହ ଯୋଗାଯୋଗରେ ନାହୁ । ତେଣୁ କେମିତି କହି ପାରିବୁ କ'ଣ ହେଇଛି କ'ଣ ନାହିଁ ବୋଲି ଆବିଦ୍ କହିଛନ୍ତି।
ହ୍ୟୁମାନ ସାଗର କଟକ କେବେ ଆସିଲେ । କେଉଁଠି ରହୁଥିଲେ । ତାଙ୍କୁ ରହିବା ପାଇଁ ଆଶ୍ରୟ କିଏ ଦେଲା । ଖାଇବା ପାଇଁ କିଏ ଦେଲା । ସଂଘର୍ଷ କରିବା ପାଇଁ ସହଯୋଗ କିଏ କଲା । ଏଇ ବିଷୟରେ କେହି କହୁ ନାହାଁନ୍ତି । ସାଗର ସଙ୍ଗମରେ ଥିଲା ବେଳେ କ'ଣ ସୋ' କରୁଥିଲେ । କେମିତି ଲୋକଙ୍କ ସହ ବ୍ୟବହାର କରୁଥିଲେ । ସେଇଟା ଲୋକ କହିବେ । ତାଙ୍କ ମାଆ ଯେଉଁ ଏତଲା କରିଛନ୍ତି ସେଥିପାଇଁ ମୁ ବହୁତ୍ ଖୁସି ।ଯେତେବେଳେ ତଦନ୍ତ ହେବ ମୁ ନିଶ୍ଚୟ ଜଣେଇବି ମୁ କଣ କରିଛି ହ୍ୟୁମାନ ସାଗର ପାଇଁ ।ପୋଲିସକୁ ପୂର୍ଣ୍ଣ ସହଯୋଗ ମଧ୍ୟ କରିବି ।ଆଇନ ଠୁ ବଡ଼ ସଂସାରରେ କେହି ନାହିଁ ।ସାଗର ସଙ୍ଗମର ୨୫ ଜଣ କଳାକାର କ'ଣ ଡେଡିକେସନ୍ ଦେଇଛନ୍ତି ହ୍ୟୁମାନ ପାଇଁ ।ଏହା ସହ ସିଧା ସଳଖ ଭାବେ ହ୍ୟୁମାନଙ୍କ ବ୍ୟକ୍ତିଗତ ସହାୟକ ଦିନେଶଙ୍କ ନାମକୁ ନେଇ କହିଛନ୍ତି କି ହ୍ୟୁମାନ ଙ୍କୁ ଦିନେଶ ଏକ ଘରିଆ କରି ସମସ୍ତଙ୍କ ଠାରୁ ଅଲଗା ରଖୁଥିଲେ।