ମୁମ୍ବାଇ ୧୦/୧୨: ଆଜିକାଲି ସୋସିଆଲ ମିଡିଆରେ ଏକ ନୂଆ କ୍ରେଜ୍ ଛାଇ ଯାଇଛି। ରଣବୀର ସିଂହ ଏବଂ ଅକ୍ଷୟ ଖାନାଙ୍କ ଫିଲ୍ମ ‘ଧୁରନ୍ଧର’ର ଏଣ୍ଟ୍ରି ଗୀତ FA9LA ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି। ଯେଉଁଆଡେ ଚାହିଁବ ସମସ୍ତେ ଏହାକୁ ରିଲ୍ କରୁଛନ୍ତି। ଏବେ, ଏଥିରୁ ବାଦ୍ ପଡି ନାହାଁନ୍ତି ଭାରତର ବ୍ୟାଡମିଣ୍ଟନ ସୁପରଷ୍ଟାର ସାଇନା ନେହୱାଲ। ସାଇନା ଅକ୍ଷୟ ଖାନାଙ୍କ ପ୍ରସିଦ୍ଧ ସ୍ୱାଗ୍ ଷ୍ଟେପକୁ ରିକ୍ରିଏଟ୍ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନିକଟରେ ଏକ ଆଉଟିଂ ସମୟରେ, ସାଇନା ନେହୱାଲ ଅକ୍ଷୟ ଖାନ୍ନାଙ୍କ ଷ୍ଟାଇଲିସ୍ ଏଣ୍ଟ୍ରି ଷ୍ଟେପ୍ସକୁ କପି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରକୃତ ଶୋ-ଷ୍ଟିଲର ଥିଲା ତାଙ୍କ ବାପାଙ୍କ ଏଣ୍ଟ୍ରି। ଭିଡିଓର ମଝିରେ, ସେ ଅକ୍ଷୟଙ୍କ ବାପା ଏବଂ କିମ୍ବଦନ୍ତୀ ଅଭିନେତା ବିନୋଦ ଖାନ୍ନାଙ୍କ ପରି ପୋଜ୍ ଦେଉଥିବାର ଦେଖାଯାଇଛି। ଏହି ଟ୍ୱିଷ୍ଟ ଭିଡିଓଟିକୁ ଆହୁରି ମଜାଦାର ଏବଂ ଭାଇରାଲ କରିଛି। ସାଇନା ଭିଡିଓର କ୍ୟାପସନରେ ଲେଖିଛନ୍ତି, "ଯେତେବେଳେ ତୁମେ ଅକ୍ଷୟ ଖାନ୍ନାଙ୍କ ଫ୍ୟାନ୍ ଏବଂ ତୁମର ବାପା ବିନୋଦ ଖାନ୍ନାଙ୍କ ଫ୍ୟାନ୍।" ଭିଡିଓଟିରେ ପ୍ରଶଂସକମାନେ ମଜାଦାର କମେଣ୍ଟ ଦେଉଛନ୍ତି। ଅନେକ ଲେଖିଛନ୍ତି ଯେ ସାଇନାଙ୍କ ସ୍ୱାଗ୍ ଏବଂ ତାଙ୍କ ବାପାଙ୍କ ଟାଇମିଂ ଦୁଇଟିଯାକ ପରଫେକ୍ଟ।
ତେବେ 'ଧୁରନ୍ଧର'ରେ ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରି ସମୟରେ ବ୍ୟାକଗ୍ରାଉଣ୍ଡରେ ବାଜିଥିବା FA9LA ଏବେ ସବୁଠି ଶୁଣାଯାଉଛି। ଏହି ଚମତ୍କାର ଟ୍ରାକଟି ବାହାରିନ ରାପର୍ ଫ୍ଲିପରାଚିଙ୍କ କମ୍ପୋଜ କରିଛନ୍ତି ଏବଂ ଏହାକୁ ବର୍ତ୍ତମାନ ଫିଲ୍ମର ସର୍ବାଧିକ ରିପ୍ଲେ ହୋଇଥିବା ଅଡିଓ କ୍ଲିପ୍ ଭାବରେ ବିବେଚନା କରାଯାଉଛି। ଫିଲ୍ମର ମୁଖ୍ୟ ଅଭିନେତା ରଣବୀର ସିଂହ ମଧ୍ୟ ସୋସିଆଲ ମିଡିଆରେ ଏହି ଗୀତକୁ ସେୟାର କରି ଏହି ଟ୍ରେଣ୍ଡକୁ ଆହୁରି ମଜବୁତ କରିଛନ୍ତି ଏବଂ ଲେଖିଛନ୍ତି, 'ମୁଁ ଆପଣଙ୍କ ସହିତ ଫିଲ୍ମର ଏହି ଟ୍ରାକ୍ ସେୟାର କରୁଛି।'