ମୁମ୍ବାଇ,୧୭/୩ : ସୁପରଷ୍ଟାର ସଲମାନ ଖାନ ଏବେ ଫିଲ୍ମ ‘ମାତୃଭୂମି-ମେ ଓ୍ବାର ରେଷ୍ଟ ଇନ ପିସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ଲମ୍ବା ସମୟରୁ ଚର୍ଚ୍ଚାରେ ରହିଛି । ଏପ୍ରିଲରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ବହୁ ପରିବର୍ତ୍ତନ ହୋଇଛି । ମେକର୍ସ ୪୦ଦିନର ରି ଶୁଟ୍ କରୁଛନ୍ତି ।
ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଟିମ୍ ଫେବୃଆରୀ ୨୦୨୬ରୁ ଫିଲ୍ମର କେତେକ ପାଟ୍ସ ରି-ଶୁଟ୍ କରୁଛନ୍ତି । ପ୍ରାୟ ୪୦ଦିନର କାମ ଯୋଜନା ହୋଇଥିଲା । ଏହି ରିଭାଇଜ୍ ରିସିଡ୍ୟୁଲରେ ନୂଆ ସିକ୍ବେଂସ ଶୁଟ୍ କରାଯାଇଛି । ଯେଉଁଥିରେ ନେରେଟିବକୁ ରି-ଶେପ କରାଯାଇଛି । ସବୁଠାରୁ ଅଧିକ ଚର୍ଚ୍ଚିତ ଜିନିଷ ଯାହା ଆଡ଼୍ କରାଯାଇଛି ତାହା ଚାଇନିଜ- ଭାଷାରେ ଏକ ଗୀତ ଆଡ୍ କରାଯାଇଛି । ଏହାକୁ ହିମେଶ ରେଶମିୟା କମ୍ପୋଜ୍ କରିଛନ୍ତି । ଗୀତ ଯେତେବେଳେ ଫାଇନାଲ ହୋଇଯିବ ସେତେବେଳେ ସଲମାନଙ୍କ ଉପରେ ଶୁଟ୍ କରାଯିବ ।
ପ୍ରକାଶ ଯେ, ୧୬ମାର୍ଚ୍ଚରେ ସଲମାନ ଖାନ ଏକ ପୋଷ୍ଟ କରି କହିଥିଲେ କି ତାଙ୍କ ଫିଲ୍ମର ନାଁ ଏବେ ‘ବ୍ୟାଟଲ ଅଫ ଗଲଓ୍ବାନ’ ହେବ ନାହିଁ । ଫିଲ୍ମ ନାଁ ଏବେ ‘ମାତୃଭୂମି-ମେ ଓ୍ବାର ରେଷ୍ଟ ଇନ ପିସ’ ହେବ । ମେକର୍ସ ଫିଲ୍ମକୁ ଓ୍ବାରର କାହାଣୀରୁ ଅଧିକ ଦେଖାଇବାକୁ ଚାହିଁଛନ୍ତି। ସେ ଏଥିରେ ହ୍ୟୁମନ ଏଙ୍ଗଲ ବି ରଖିବାକୁ ଚାହିଁଛନ୍ତି । ଫିଲ୍ମ ୧୭ଏପ୍ରିଲ ୨୦୨୬ରେ ରିଲିଜ ହେବାରେ ଅଛି । ମାତ୍ର ଖବର ଅଛି କି ଫିଲ୍ମ ପୋଷ୍ଟପନ ହୋଇପାରେ ଏବଂ ଅଗଷ୍ଟ ମଝିରେ ରିଲିଜ ହୋଇପାରେ । କିନ୍ତୁ ଏହାକୁ ନେଇ କୌଣସି ଅଫିସିଆଲ୍ ସୂଚନା ଆସିନାହିଁ ।