ନୂଆଦିଲ୍ଲୀ – ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ,ଯେବେ ଠାରୁ ଏହି ଶବ୍ଦ ଆମର ଜୀବନରେ ଆସିଛି, ସେବେଠାରୁ ନେଇ ଆଜିସୁଦ୍ଧା ଆମେ ଏହି କଥାକୁ ବାରମ୍ୱାର ଶୁଣି ଆସୁଛେ ଯେ, ଏଆଇ ଖୁବ୍ ଶୀଘ୍ର ସମସ୍ତଙ୍କର ଚାକିରିକୁ ଖାଇଯିବ। ଗତ ୩-୪ ବର୍ଷ ମଧ୍ୟରେ ଯେଉଁଭଳି ଏଆଇ ଅଗ୍ରଗତି କରିଛି ଏଥିରେ ଲୋକଙ୍କ ଆଶଙ୍କା ଆହୁରି ବଢି ଯାଇଛି। ଗୁଗଲ, ଆମାଜନ ଓ ଟିସିଏସ୍ ଭଳି କମ୍ପାନୀ ମାନେ ବହୁ ମାତ୍ରାରେ ଛଟେଇ କରି ଦେଇଛନ୍ତି। ବିଶେଷଜ୍ଞମାନେ ଏହି ଛଟେଇ ପଛରେ ମଧ୍ୟ ଏଆଇକୁ ହିଁ କାରଣ ଦର୍ଶାଇଛନ୍ତି। କିନ୍ତୁ ଏହି ମାମଲାରେ ଦୁନିଆର ସବୁଠୁ ପ୍ରସିଦ୍ଧ ଏଆଇ ପ୍ଲାଟଫର୍ମ ଚ୍ୟାଟ୍ଜିପିଟିର ମାଲିକ ଆଇ କିଛି ଅଲଗା କହିଛନ୍ତି। ଅଲ୍ଟମ୍ୟାନଙ୍କ କହିବାନୁସାରେ, ଏହି ଛଟେଇ ଏଆଇ କାରଣରୁ ନୁହେଁ, କମ୍ପାନୀ ଗୁଡ଼ିକ କେବଳ ଏଆଇ ନାମରେ ଛଟେଇ କରୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ଶେଷ : ‘‘ସମସ୍ତଙ୍କ ପାଇଁ ଏଆଇ’’ ଆହ୍ୱାନର ନେତୃତ୍ୱ ନେଲା ଭାରତ
ସିଏନବିସି ଟିଭି-୧୮କୁ ଅଲ୍ଟମ୍ୟାନ୍ କହିଛନ୍ତି , କମ୍ପାନୀ ଗୁଡ଼ିକର ଛଟେଇକୁ ଏକ ନୂଆ ନାମ ଦେଇ ଏହାକୁ ‘ଏଆଇ ୱାଶିଂ’ ଭାବେ କହିଛନ୍ତି। ସେ କହିଛନ୍ତି – ମୋତେ ସଠିକ୍ ସଂଖ୍ୟା ବିଷୟରେ ଜଣାନାହିଁ, କିନ୍ତୁ କିଛି ମାତ୍ରାରେ ଏଆଇ ୱାଶିଂ ଚାଲିଛି। ଏପରି ପରିସ୍ଥିତିରେ, ଲୋକେ ଯେକୌଣସି ଛଟେଇ ପାଇଁ ଏଆଇକୁ ଦାୟୀ କରୁଛନ୍ତି,
ସାମ୍ ଅଲ୍ଟମ୍ୟାନ କହିଛନ୍ତି ଯେ, କିଛି କମ୍ପାନୀମାନେ ନିଜ ଟିମ୍ର ଛଟେଇ ପାଇଁ ଏଆଇକୁ ଦୋଷ ଦେଉଛନ୍ତି , କିନ୍ତୁ ଏମିତି ନୁହେଁ। ଏଆଇ ଆପଣଙ୍କ ସାହାଯ୍ୟ କରିବା ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହେବ। କିନ୍ତୁ ଏହା ସିଧାସଳକ ଆପଣଙ୍କ ଚାକିରିକୁ ନେବ ନାହିଁ। ହେଲେ ଅଲ୍ଟମ୍ୟାନ୍ ଏହି କଥାକୁ ସ୍ୱୀକାର କରିଛନ୍ତି ଯେ, ଏଆଇ କାରଣରୁ କିଛି ଚାକିରି ସିଧାସଳଖ ପ୍ରଭାବିତ ହେବ। ଏହା କେଉଁ ସବୁ ଚାକିରି , ଏହା ଉପରେ ଅଲ୍ଟମ୍ୟାନ କିଛି ସ୍ପଷ୍ଟ କହି ନାହାନ୍ତି।
ସେ କହିଛନ୍ତି , ଅତୀତରେ ଘଟିଥିବା ସବୁ ପ୍ରଯୁକ୍ତିବିଦ୍ୟା ବିପ୍ଲବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ। ଏହି ଏଆଇ ପ୍ରଯୁକ୍ତିବିଦ୍ୟା ବିପ୍ଲବରେ ମଧ୍ୟ ଆମକୁ ନୂଆ ପ୍ରକାରର ଚାକିରି ସୁବିଧା ମିଳିବ। କିନ୍ତୁ ଭବିଷ୍ୟତରେ ଏଆଇ ଦ୍ୱାରା କାମ କରାଯିବାର ପ୍ରଭାବ ସ୍ପଷ୍ଟ ରୂପେ ଦେଖା ଯିବ।