ପୁରୀ,୨୨/୦୭: ସୋମବାର ରାତି ପ୍ରାୟ ୮ଟା ୩୦ ସମୟରେ ୩ ଜଣ ଯୁବତୀ ଟିଉସନ ସାରି ଘରକୁ ଫେରୁଥିଲେ। ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗ୍ରାମକୁ ଅଣଓସାରିଆ ରାସ୍ତାରେ ଯିବ ବେଳେ ଏକ ଶଙ୍ଖ ନିକଟରେ ୬ ଜଣ ଯୁବକ ବସିଥିଲେ । ସେମାନଙ୍କ  ମଧ୍ୟରୁ ୩ଜଣ ଯୁବକ ଯୁବତୀମାନଙ୍କୁ  ଟଣାଓଟରା କରିଥିଲେ । ସେମାନେ  ବିରୋଧ କରିବା ସତ୍ତେ୍ୱ ଅନ୍ୟ ସାଥିମାନେ  ଆସି ଯୁବତୀମାନଙ୍କୁ ହଇରାଣ ହରକତ କରୁଥିଲେ । ଯୁବତୀଙ୍କ ମଧ୍ୟରୁ ଜଣଙ୍କର  ଭାଇ ଅଭିମନ୍ୟୁ ବରାଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବା ଲାଗି  ଉଦ୍ୟମ କରୁଥିବା ବେଳେ ୪ଜଣ ଖସି  ପଳାଇଥିଲେ । ୨ଜଣଙ୍କୁ ଧରି ପିସିଆରକୁ  ହସ୍ତାନ୍ତର କରାଯାଇଛି । 

ଏନେଇ ଅଭିମନ୍ୟୁ  କୁହନ୍ତି ସଦର ଥାନାରେ ଲିଖିତ ଅଭିଯୋଗ  କରାଯାଇଛି । ସଦରଥାନା ଅଧିକାରୀ ସୁନିଲ  କୁମାର ପ୍ରଧାନ କହିଛନ୍ତି ଏ ନେଇ ଥାନାରେ  ଏପର୍ଯ୍ୟନ୍ତ ଅଭିଯୋଗ ହୋଇନାହିଁ। ଏତଲା  ହେବା ପରେ ପଦକ୍ଷେପ ଗ୍ରହଣ କରାଯିବ ।