ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସମ୍ବଲ ହିଂସା ଘଟଣା: ସମାଜବାଦୀ ପାର୍ଟିର ସାଂସଦଙ୍କ ସହ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ

Published By : Bijay Swain | November 25, 2024 8:43 PM

Image Courtesy:- BBC

ନୂଆଦିଲ୍ଲୀ:- ହିଂସାରେ ଜଳୁଛି ସମ୍ବଲ । ଜାମା ମସଜିଦ ସର୍ଭେକୁ ନେଇ ସମ୍ବଲ ଜିଲ୍ଲା ହୋଇପଡିଛି ଅଶାନ୍ତ । ପରିସ୍ଥିତି ଗମ୍ଭୀର ହୋଇପଡିଥିବାରୁ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି । ଏହି ହିଂସାରେ ମୋଟ  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଏଥିରେ ଆହାତ ହୋଇଛନ୍ତି । ଉତ୍ତରପ୍ରଦେଶ ପୋଲିସ ହିଂସା ଉସକେଇଥିବା ଅଭିଯୋଗ କରି ଆଜି ମୋଟ ସାତ ଜଣଙ୍କ ଉପରେ ମାମଲା ରୁଜୁ କରିଛି ।

ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ହିଂସା ଉସୁକେଇଥିବା ନେଇ ପୋଲିସ ଆଜି ସମ୍ବଲ ଲୋକସଭାର ସାଂସଦ ସମାଜବାଦୀ ପାର୍ଟିର ଜିଆଉ ରେହମାନ, ସଦର ବିଧାୟକ ଇକବାଲ ମହମ୍ମଦଙ୍କ ପୁଅ ସୋହେଲ ଇକବାଲ ଓ ଅନ୍ୟ ପାଞ୍ଚଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ସମସ୍ତଙ୍କ ଉପରେ ହିଂସା ଉସୁକେଇଥିବା ନେଇ ଅଭିଯୋଗ କରାଯାଇଛି । ଆଧିକାରିକ ସ୍ତରରେ ଏହାର ଘୋଷଣ କରାଯାଇ ନଥିବା ବେଳେ ପୋଲିସ ପ୍ରଥମିକ ଭାବେ ଏହି କେସ ରୁଜୁ କରିଛି । ସମ୍ବଲରେ ହୋଇଥିବା ହିଂସାରେ ଜାମା ମସଜିଦର ସଦର ଜାଫର ଅଲ୍ଲୀଙ୍କ ସମେତ ମୋଟ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହ ୪୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ପୋଲିସ । ଏହି ଘଟଣାରେ ମୋଟ ୨୦ ଜଣ ପୋଲିସ ଆହତ ହୋଇଛନ୍ତି । 

ସମ୍ବଲ ଜିଲ୍ଲାରେ ଗତକାଲି ହୋଇଥିବା ହିଂସା ଯୋଗୁଁ ଉଚ୍ଚ ପଦସ୍ଥ ଅଧିକାରି ମାନଙ୍କ ଅଧକ୍ଷତାରେ ପୋଲିସ ରାତ୍ରିକାଳିନ ପେଟ୍ରୋଲିଂ ଜାରି ରଖିଥିଲା । ହିଂସାର ସୁଯୋଗ ନେଇ ଅଗ୍ନିକାଣ୍ଡ ଓ ପଥର ମାଡ କରାଯାଇଥିବା ଅଞ୍ଚଳ ମାନଙ୍କରେ ବିଶେଷ ଧ୍ୟାନ ଦିଆଯିବା ସହ ସନ୍ଧିଗ୍ଧ ଲୋକ ମାନଙ୍କ ଉପରେ ନଜର ରଖାଯାଇଥିଲା । ଅନ୍ୟପଟେ ସୋମବାର ସକାଳୁ ସମ୍ବଲର ମୁଖ୍ୟ ବଜାର ବନ୍ଦ ରହିବା ସହ ପ୍ରଶାସନିକ ସ୍ତରରେ ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଥିଲା । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । 

ରବିବାର ଦିନ ସମ୍ବଲ ହିଂସାରେ  ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଆଧିକାରିକ ସ୍ତରରେ ଘୋଷଣା କରାଯାଇଥିଲା । ଏହି ହିଂସାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିଲା ବେଳେ, ମୃତକଙ୍କ ପରିବାର ପକ୍ଷରୁ ସେନେଇ କୈଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ୧୯ ନଭେମ୍ବରରେ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ମସ୍ଜିଦକୁ ହରିହର ମନ୍ଦିର ହୋଇଥିବା ନେଇ ଏକ ଆବେଦନ କରାଯାଇଥିଲା ।  କୋର୍ଟ ସେହିଦିନ ସର୍ଭେ କରିବା ସହ ମସ୍ଜିଦର ଭିଡିଓଗ୍ରାଫି କରିବାକୁ ଆଦେଶ ଦେଇଥିଲେ । ଗତକାଲି ଦ୍ବିତୀୟ ଥର ପାଇଁ ଜାମା ମସ୍ଜିଦର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ପରେ ଏହାକୁ ବିରୋଧ କରି ସ୍ଥାନିୟ ଲୋକମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.