ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ । ଏହାସହ ବାକି ୪ ରାଜ୍ୟର ମଧ୍ୟ ସେହିଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଆସିଛି ବୁଥ୍ ବାହୁଡ଼ା ମତ । ଯାହା ବିଜେପି ସପକ୍ଷରେ ଯାଇଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀମାନେ ମତ ରଖିଛନ୍ତି କି, ଏଗଜିଟ୍ ପୋଲ୍ ଏଗଜାଟ୍ ପୋଲ ନୁହେଁ । ପଶ୍ଚିମବଙ୍ଗରେ ପୁଣିଥରେ ମମତା ସରକାର ଗଠନ କରିବେ ବୋଲି ଯୁକ୍ତି ବାଢ଼ିଛନ୍ତି । ତେବେ ଏହି ଏଗଜିଟ୍ ପୋଲ୍ ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସଞ୍ଜୟ ରାଉତ ।

ସେ କହିଛନ୍ତି କି, "କୌଣସି ବିଚଳିତ ସ୍ଥିତି ନାହିଁ ପଶ୍ଚିମବଙ୍ଗରେ ମମତା ଦିଦି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବେ ଏହାସହ କେରଳରେ କଂଗ୍ରେସ ନେତୃତ୍ୱାଧୀନ ମୋର୍ଚ୍ଚା ଜିତିବା ସହ ତାମିଲନାଡୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ପୁଣିଥରେ ସରକାର ଗଠନ କରିବ। ସେପଟେ ଆସାମରେ ଏକ କଡ଼ା ପ୍ରତିଯୋଗିତା ହେବାସହ ପୁଡୁଚେରୀରେ କଂଗ୍ରେସ ମେଣ୍ଟ ସରକାର ଗଠନ କରିବ ।

​​​​​​​

ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, "ନିର୍ବାଚନ ପାଇଁ ପୂର୍ବରୁ 250,000 ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହୋଇସାରିଛି  ଯଦି 700 କମ୍ପାନୀ ନିୟୋଜିତ ହୋଇସାରିଛି, ତେବେ ଏହାର ଅର୍ଥ ହେଉଛି ସରକାର ମମତା ଦିଦିଙ୍କ ସପକ୍ଷରେ କୌଣସି ନିଷ୍ପତ୍ତି ଗ୍ରହଣ କରିବାକୁ ରାଜି ନୁହଁନ୍ତି ଏହା ଜୋରଜବରଦସ୍ତ ଇଭିଏମ ଜବତ କରିବାକୁ ଏବଂ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଚାହୁଁଛି"

ଏହାସହ ପଢ଼ନ୍ତୁ : 'ଆମେ ମାଆ, ମାଟି ଏବଂ ମଣିଷର ସରକାର ଗଠନ କରୁଛୁ', ଏକଜିଟ୍ ପୋଲ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା