ନୂଆଦିଲ୍ଲୀ, ୬/୨ : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ସଞ୍ଜୁଙ୍କ ପାଇଁ ହେଉଛି କି ମହଙ୍ଗା ? ଦଳରେ ସଞ୍ଜୁଙ୍କ କରାଯାଉଛି କି ଅଣଦେଖା ? ଏଭଳି ଏକ ପ୍ରଶ୍ନ ଏବେ ଉଠିଛି । କାରଣ ଭାରତ ମ୍ୟାଚ ପୂର୍ବରୁ ଅଭ୍ୟାସ କରିଛି । ଆସନ୍ତାକାଲି ଆମେରିକା ବିପକ୍ଷରେ ନିଜର ମ୍ୟାଚ ଖେଳିବ ଭାରତ । ଏହା ପୂର୍ବରୁ ଖେଳାଳିମାନେ ଅଭ୍ୟାସ କରିଥିଲେ । ଯେଉଁଠାରେ ସଞ୍ଜୁଙ୍କୁ ଅପମାନ କରାଯାଇଛି ।
ଦଳର ସମସ୍ତ ବ୍ୟାଟ୍ସମ୍ୟାନମାନେ ବ୍ୟାଟିଂ ଅଭ୍ୟାସ କରିଥିଲେ । ମାତ୍ର ସଞ୍ଜୁଙ୍କୁ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇନଥିଲା । ଏପରିକି ଅଭ୍ୟାସ ସମୟରେ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ ବ୍ୟାଟିଂ କରିଥିଲେ । ମାତ୍ର ଏଠାରେ ସଞ୍ଜୁଙ୍କୁ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇନଥିଲା । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ଇଶାନଙ୍କୁ ଓପନିଂ ବ୍ୟାଟିଂ ଦେବା ପରେ ଆଲୋଚନା ହେଉଥିଲା କି ସଞ୍ଜୁ କେବଳ ବେଞ୍ଚରେ ବସି ଫେରିବେ । ଆଉ ଏବେ ଏଭଳି ହେବା ପରେ ଏହି ଚର୍ଚ୍ଚା ଅଧିକ ବଢ଼ିଯାଇଛି । ତେବେ ଆସନ୍ତାକାଲି ଭାରତ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ।
ଏହାସହ ପଢ଼ନ୍ତୁ : ଇତିହାସ ରଚିଲା ଭାରତ, ଷଷ୍ଠଥର ଘରକୁ ଆଣିଲା ଅଣ୍ଡର-୧୯ ବିଶ୍ବକପ