ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଜେପି ବିଧାୟକ ସରୋଜ ପାଢିଙ୍କ ବିସ୍ଫୋରକ ବୟାନ, 'ଶୀର୍ଷ ନେତୃତ୍ଵଙ୍କ ଯୋଗାଯୋଗରେ ୨୭ ବିଜେଡି ବିଧାୟକ'

Published By : Rasmita Pradhan | November 11, 2024 2:52 PM

ଭୁବନେଶ୍ଵର, ୧୧/୧୧ : ବିଜେଡି ବରିଷ୍ଠ ନେତା ଅତନୁ ସବ୍ୟସାଚୀଙ୍କ ଦଳବଦଳ ବୟାନ ପରେ ଜୋର୍ ଧରିଲା ରାଜନୀତି। ବିଜେପି ବିଧାୟକ ସରୋଜ ପାଢିଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଯେ, ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ଵଙ୍କ ସହିତ ଯୋଗାଯୋଗରେ ଅଛନ୍ତି। କଥାବାର୍ତ୍ତା ଚାଲିଛି। ୩ ଦିନ ତଳେ ୨୭ ଜଣ ବିଜେଡି ବିଧାୟକ ଏକାଠି ହୋଇଥିଲେ। ବିଜେପି ଆସିବା ପାଇଁ ଶୀର୍ଷ ନେତୃତ୍ଵଙ୍କ ସହ ଯୋଗାଯୋଗ କରିଥିଲେ। 

ପ୍ରକାଶ ଥାଉକି, ବିଜେଡି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ରବିବାର ମହାକାଳପଡା ବ୍ଲକ ବିଜେଡି ପଦଯାତ୍ରା ସଭାରେ ଯୋଗଦେଇ କହିଥିଲେ ଯେ, ବିଜେଡି ପୁଣି ସରକାରକୁ ଫେରିବ। ଏଥିପାଇଁ ଯୋଜନା ଚାଲିଛି। କଂଗ୍ରେସକୁ ସାଥିରେ ନେଇ ବିଜେଡି ସରକାର ଗଢ଼ିବ ଏବଂ ସ୍ଵାଧୀନ ବିଧାୟକ ସମର୍ଥନ କରିବେ। କେବଳ ସେତିକି ନୁହେଁ ରାଜନୀତି ଗଣିତ ବି ବୁଝାଇ ଦେଇଛନ୍ତି ଅତନୁ। ସେ କହିଛନ୍ତି ଯେ, ବିଜେଡିର ସଂଖ୍ୟା ୫୧, କଂଗ୍ରେସର ୧୪, ୩ ସ୍ଵାଧୀନ ଓ ଅବଶିଷ୍ଟ ୧୦ ବିଧାୟକ ଯୋଗାଡ଼ ହୋଇଯିବେ। ତେବେ ଅତନୁଙ୍କ ଏଭଳି ମନ୍ତବ୍ୟ ପରେ ଏବେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ ଓ ବିଜେଡି ଭିତରେ କଣ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି ? ଅଣ କଂଗ୍ରେସ ରାଜନୀତିରୁ ଆରମ୍ଭ ହୋଇଥିବା ବିଜେଡି କଣ କ୍ଷମତାକୁ ଫେରିବାକୁ କଂଗ୍ରେସର ହାତ ଧରିବ । 

ତେବେ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ପାଇଁ କଂଗ୍ରେସ ବିଜେଡି ଏକ ହେଲେବି ସଂଖ୍ୟା ଅଣ୍ଟୁନି। ଏଥିପାଇଁ ୧୦ ବିଜେପି ବିଧାୟକଙ୍କ ସମର୍ଥନ ଦରକାର। ଏବେ ପ୍ରଶ୍ନ ଉଠୁଛି କଣ ବିଜେପିରୁ ୧୦ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସକ୍ଷମ ହେବ ବିଜେଡି ? ଏମିତି ଅସମାହିତ ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.