ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କାଳବୈଶାଖୀରେ ଉଡ଼ିଲା ସ୍କୁଲ ଛପର; ଘନଘନ ବିଜୁଳି ମାଡ଼ରେ ୧୧ଗୋରୁଙ୍କ ମୃତ୍ୟୁ

Published By : Bijay Swain | May 16, 2025 8:06 PM

ଖଜୁରୀପଡ଼ା ୧୬/୦୫( ଆପ୍ର): ଗୋଟିଏ ପଟେ ଗରମ ସାଙ୍ଗକୁ ଗୁଳୁଗୁଳି ଅନ୍ୟପଟେ ସବୁଦିନ କାଳବୈଶାଖୀ ବର୍ଷା,ଜୋରରେ ପବନ ବହିବା ସାଙ୍ଗକୁ ଘନଘନ ଘଡ଼ଘଡି ସହିତ ବିଜୁଳି ମାରୁଛି। କାଳ ବୈଶାଖୀ ବର୍ଷାରେ ଗଛ ଡ଼ାଳ ଭାଙ୍ଗି ପଡ଼ିବା ସହିତ ବଡବଡ ଗଛ ସବୁ ଉପୁଡ଼ି ପଡ଼ିଛି। ଘନଘନ ବିଜୁଳି ମାଡ଼ରେ ଗୋରୁଗାଈଙ୍କ ମୃତ୍ୟୁ ମଧ୍ୟ ହେଉଛି। 

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖୀରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମର ମାଟୁଙ୍ଗି ଗାଁରେ ବିଜୁଳି ମାଡ଼ରେ ୨ ଗୋରୁଙ୍କର ମୃତ୍ୟୁ ହୋଇଛି। ସେହିପରି ସସ୍କେଡି ଗାଁରେ ୩ ବଳଦ ଏବଂ ୨ ଗାଈଙ୍କ ସମେତ ଗଞ୍ଜୁଗୁଡ଼ା ଅଞ୍ଚଳରେ ୪ ବଳଦ  ବିଜୁଳି ମାଡରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। 

ସେହିଭଳି ପବନରେ ଭାଲିଆପଡା ସ୍କୁଲର ଛପର ଉଡି ଯାଇଥିବା ବେଳେ ପିଣ୍ଡାବାଡ଼ି ସ୍କୁଲର ଛାତ ଉପରେ ଏକ ବିଶାଳକାୟ ଆମ୍ବଗଛ ଭାଙ୍ଗି ପଡ଼ିଛି। ଏହି କାଳବୈଶାଖୀ ଝଡରେ ବିଜୁଳି ତାର ଛିଣ୍ଡିଯିବା ଯୋଗୁଁ ଆମ୍ବସାହି ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.