ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା,ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରୟ

Published By : Anindita Ratha | January 18, 2025 2:56 PM

ନୂଆଦିଲ୍ଲୀ, ୧୮/୦୧: ଆର ଜି କର ମେଡ଼ିକାଲରେ ମହିଳା ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ପିଡ଼ୀତାଙ୍କ ପରିବାରକୁ ୧୬୧ ଦିନ ପରେ ମିଳିଲା ନ୍ୟାୟ ।  ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରୟ।  ତେବେ ସଞ୍ଜୟକୁ  ପଶ୍ଚିମବଙ୍ଗ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି  । ୨୦ରେ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇବେ କୋର୍ଟ । ଆଜୀବନ ଜେଲ ନଚେତ୍ ମୃତ୍ୟୁ ଦଣ୍ଡାଦେଶ ଦେବା ସମ୍ଭାବନା ।

ସୂଚନା ମୁତାବକ, ୯ ଅଗଷ୍ଟ ୨୦୨୪ ଦିନ ସକାଳେ କୋଲକାତାର ଆର ଜି କର  ମେଡିକାଲ କଲେଜରେ ଜଣେ  ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିଲା। ଏନେଇ ପୋଲିସ ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜର ଯାଞ୍ଚ କରିଥିଲା । ଯେଉଁଥିରେ ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ସେ ରୁମକୁ ଯାଇଥିବା ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ । ଏଥିସହ ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରୁ ମିଳିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ । କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ୍‌ ଧାରା ୬୪, ୬୬ ଲଗାଯାଇଛି।  ଡାକ୍ତରଙ୍କ ହତ୍ୟା ଏବଂ ବଳାତ୍କାର ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶୁଣାଣି ଜାନୁଆରୀ ୯ ତାରିଖରେ ସରିଥିଲା ।  ଏହି ସମୟରେ ୫୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା।ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଅପରାଧୀ ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ ଏବଂ ପରେ ତାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଆର୍‌.ଜି କର ମେଡିକାଲ କଲେଜ ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା। କିନ୍ତୁ ପରେ ଏହି ଘଟଣା କ୍ରମାନୁସାରେ ପ୍ରକାଶ ପାଇବାରେ ଲାଗିଲା। ଏହି ଘଟଣାର ସତ୍ୟତା ସମଗ୍ର ଦେଶକୁ ଚକିତ କରିଦେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.