ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନୀ ଇନଫ୍ଲୁଏନସର ସେହର ହାୟାତ । ବିବାହର ତିନି ବର୍ଷ ପରେ ସ୍ବାମୀଙ୍କ ସହ ଛାଡ଼ପତ୍ର ପରେ ନିଜ କ୍ଷୋଭ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ ସେ ସମ୍ପର୍କରେ ଭିଡିଓ ପୋଷ୍ଟ କରୁଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଛନ୍ତି । ଅନେକ ୟୁଜର୍ସ ଏବଂ ସେଲିବ୍ରିଟି ତାଙ୍କ ସପକ୍ଷରେ କମେଣ୍ଟ କରୁଥିବାବେଳେ କିଛି ତାଙ୍କୁ ନେଇ ଖରାପ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

 
 
 
 
 
 
 
 
 
 
 
 
 
 
 

A post shared by Sehar Hayyat (@iseharhayat)

ସେପଟେ ସେହର ଭିଡିଓରେ ସ୍ବାମୀ କେତେ ଯେ ନିଷ୍ଠୁର ଥିଲେ ସେ ସମ୍ପର୍କରେ କହିଛନ୍ତି । କାନ୍ଦି କାନ୍ଦି ସ୍ବାମୀ ରସିଦଙ୍କ ନିର୍ଯାତନାର କାହାଣୀ କହିଛନ୍ତି । ବିବାହ ପୂର୍ବରୁ ସ୍ବାମୀ ଏବଂ ତାଙ୍କ ପରିବାର ଲୋକେ ମୋତେ ରାଜକୁମାରୀ ବୋଲି କହୁଥିଲେ । ମାତ୍ର ବିବାହ ପରେ ସେମାନଙ୍କ ଆଚରଣ ବଦଳିଗଲା । ସବୁବେଳେ ମୋତେ ଗାଳି କରିବା ସହ ମାଡ଼ ମାରୁଥିଲେ । ଏମିତିକି ମୁଁ ଗର୍ଭବତୀ ଥିବା ସମୟରେ ସ୍ବାମୀ ମାଡ଼ ମାରୁଥିଲେ ବୋଲି ସେ ଭିଡିଓରେ କାନ୍ଦି କାହି ପ୍ରକାଶ କରିଛନ୍ତି ।

ରସିଦ ତାଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ମୋତେ ମାଡ଼ ମାରୁଥିଲେ ମାତ୍ର କେହି ଧ୍ୟ ବାରଣ କରୁନଥିଲେ । ଏହାସହ ସେ ମୋଠାରୁ ଅଲଗା ରହିବେ ବୋଲି ମଧ୍ୟ କହୁଥିଲେ । ବିବାହ ସମୟରେ ହୋଇଥିବା ସମସ୍ତ ଖର୍ଚ୍ଚ ମୁଁ ନିଜେ ବହନ କରିଥିଲି ବୋଲି କହିଛନ୍ତି ସେହର । ସବୁବେଳେ ଅଶାନ୍ତି ଲାଗି ରହୁଥିବାରୁ ମୁଁ ଶେଷରେ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ମଧ୍ୟ କହିଛନ୍ତି । ତେବେ ସେହର କାନ୍ଦି କାନ୍ଦି ନିଜ ମନର କଥା କହୁଥିବାବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହାସହ ପଢ଼ନ୍ତୁ : ଜଣେ ମହିଳାଙ୍କ ୨ ପ୍ରେମିକ: ପ୍ରେମ ପାଇଁ ୧୦ ବର୍ଷର ଝିଅ ଆଗରେ ହତ୍ୟା