କଟକ,୦୪/୦୯: ୧୮୫୩ଟି  ପଦରେ ସିପାହୀ, କନେଷ୍ଟବଳ ନିଯୁକ୍ତି  ଉପରେ ଥିବା ଅଦାଲତି ବାଧା ହଟିଯାଇଛି । ଚୟନ ହେବା ପରେ ମଧ୍ୟ ପଦ ଅଭାବରୁ ନିଯୁକ୍ତିରୁ ବାଦ୍‌ ପଡ଼ିଥିବା  ୪୧ ଜଣ ପ୍ରାର୍ଥୀଙ୍କୁ ଥଇଥାନ କରାଯିବ ବୋଲି ସରକାର ବୁଧବାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ୪୧ଟି ନୂଆ  ପଦ ସୃଷ୍ଟି କରାଯାଇ ସମସ୍ତଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତି  ପରେ ହାଇକୋର୍ଟ ନିଯୁକ୍ତି ଉପରେ ଜାରି  କରିଥିବା ଅନ୍ତରୀଣ ରହିତାଦେଶକୁ  ଉଠାଇ ଦେଇଛନ୍ତି ।

ଫଳରେ ସମସ୍ତ  ୧୮୫୩ ପଦ ଓ ଆଉ ନୂଆ ୪୧ଟି  ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି  ମିଳିବ । ରାଜ୍ୟ ସରକାରଙ୍କ ଜବାବ  ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ମାମଲାର ଅନ୍ତ ଘଟାଇଛନ୍ତି । ଆବେଦନକାରୀଙ୍କ  ପକ୍ଷରୁ ରବୀନ୍ଦ୍ରନାଥ ପଣ୍ଡା, ରାଜୀବ ରଥ  ପ୍ରମୁଖ ମାମଲା ପରିଚାଳନା କରୁଥିଲେ।