କୋଣାର୍କ,୧୨/୭ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକମାନେ କିଭଳି ଖରା ଓ ବର୍ଷାରୁ ରକ୍ଷା ପାଇବେ ସେ ନେଇ ସେଡ ନିର୍ମାଣ ହେଉଛି । ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥିଲା । ଏଣିକି ପର୍ଯ୍ୟଟକମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅନ୍ୟପଟେ ପର୍ଯ୍ୟଟକମାନେ ସାଙ୍ଗରେ ଆଣୁଥିବା ବ୍ୟାଗ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ମନ୍ଦିର ଭିତରକୁ ବିନା ଯାଞ୍ଚରେ ନେଉଛନ୍ତି । ଫଳରେ ସୂର୍ଯ୍ୟ ମନ୍ଦିର ସୁରକ୍ଷା ପାଇଁ ଏଏସଆଇ ଦୃଷ୍ଟି ଦେବାକୁ ଦାବି ହୋଇଛି  ।