ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନର ୫୨ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସକୁ ୨୧୪ ରନ୍ର ଟାର୍ଗେଟ ଦେଇଛି। ଚେନ୍ନାଇର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ହେଉଥିବା ମ୍ୟାଚରେ ସିଏସକେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ବେଙ୍ଗାଲୁରୁ ୨୦ ଓଭରରେ ୫ ୱିକେଟ୍ ହରାଇ ମୋଟ୍ ୨୧୩ ରନ୍ ସଂଗ୍ରହ କରିଥିଲା। ରୋମାରିଓ ସେଫର୍ଡ ୧୪ ବଲ୍ ରେ ୫୩ ରନ୍ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଏହି ସିଜିନର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେଫର୍ଡଙ୍କ ଇନିଂସରେ ୬ଟି ଛକା ଏବଂ ୪ଟି ଚୌକା ସାମିଲ ଥିଲା। ତାଙ୍କ ବ୍ୟତୀତ ବିରାଟ କୋହଲି ୩୩ ବଲ୍ ରେ ୬୨ ରନ୍ ଏବଂ ଜାକବ୍ ବେଥେଲ ୩୩ ବଲ୍ ରେ ୫୫ ରନ୍ ହାସଲ କରିଛନ୍ତି। ଚେନ୍ନାଇ ପାଇଁ ମାଥିଶା ପାଥିରାନା ୩ଟି ୱିକେଟ୍ ନେଇଛନ୍ତି। ସାମ୍ କରାନ ଏବଂ ନୁର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି।
କୋହଲି ସର୍ବମୋଟ ୫୦୫ ରନ୍ ସହ ଚଳିତ ସିଜିନର ସର୍ବାଧିକ ସ୍କୋରର ହୋଇଛନ୍ତି। ସେ ସାଇ ସୁଦର୍ଶନଙ୍କୁ (୫୦୪ ରନ୍) ଅତିକ୍ରମ କରି ବର୍ତ୍ତମାନ ଅରେଞ୍ଜ କ୍ୟାପର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି। ଆଜିର ମ୍ୟାଚ ପରେ ତାଙ୍କୁ ଟି-୨୦ ଫର୍ମାଟରେ ଗୋଟିଏ ଦଳ ପକ୍ଷରୁ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ୍ ର ଟାଇଟଲ ମିଳିଛି।